ବିଧାନସଭାରେ ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ନିର୍ବାଚନ ପୂର୍ବରୁ ସେ ଉପସ୍ଥାପନ କରିଛନ୍ତି କାମଚଳା ବଜେଟ। ସେ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି, ପର୍ଯ୍ୟଟନ ପାଇଁ ୮୧୭.୯୫ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି, ଉଚ୍ଚଶିକ୍ଷା ପାଇଁ ୩୪୬୯.୮୩ କୋଟି, ରାଜସ୍ୱ ବିପର୍ଯ୍ୟ ପରିଚାଳନା ୩୯୭୦.୨୯ କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୪ ହଜାର ୭୬୪ କୋଟି, ପଞ୍ଚାୟତିରାଜ ବିଭାଗ ୨୨ ହଜାର ୫୪୩ କୋଟି, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୯ ହଜାର ୭୨୯ କୋଟି, ଜଳ ସମ୍ପଦ ବିଭାଗ ପାଇଁ ୧୩ ହଜାର ୨୬୭ କୋଟି
ଯୋଜନା ଓ ସଂଯୋଜନା ପାଇଁ ୧୨ ହଜାର ୪୩ କୋଟି, ନିର୍ମାଣ ବିଭାଗ ପାଇଁ ୧୦ ହଜାର ୯୫୦ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯ ହଜାର ୩୩୦ କୋଟି
ଗୃହ ବିଭାଗ ପାଇଁ ୮ ହଜାର ୬୪୧ କୋଟି ,
କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ, ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩୯୮୦ କୋଟି, ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ
୨୦୨୪-୨୫ ଆର୍ଥିକ ବର୍ଷରେ ମେଟ୍ରୋ ପାଇଁ ୧ ହଜାର କୋଟି, ରାଜ୍ୟର ଅନ୍ୟ ରେଳ ପ୍ରକଳ୍ପ ପାଇଁ ୭ଶହ କୋଟିର ବ୍ୟବସ୍ଥା, ସଡ଼କ, ସେତୁ, ଏୟାରପୋର୍ଟ, ରେଲୱେ ବିକାଶ ପାଇଁ ୨୧ ହଜାର କୋଟି,ଲକ୍ଷ୍ମୀ ଯୋଜନାରେ ମୋଟ ୧୭୪୫ଟି ବସ୍ ଚଳାଚଳ କରିବାକୁ ଲକ୍ଷ୍ୟ, ଲକ୍ଷ୍ମୀ ଯୋଜନାରେ ଆଉ ୧୧୯୧ କୋଟି ଟଙ୍କାର ବ୍ୟୟବରାଦ, ୨୦୨୩-୨୪ରେ ରାଜସ୍ବ ବଳକା ପରିମାଣ ୨୨ ହଜାର ୪୧୧ କୋଟି ଆକଳନମୋଟ ରାଜସ୍ବ ଆୟ ୧ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଆକଳନ, ମୋଟ ରାଜସ୍ବ ବ୍ୟୟ ୧ ଲକ୍ଷ ୬୩ ହଜାର ୮୯ କୋଟି ଆକଳନ, ସଂଶୋଧିତ ଆକଳନ ଅନୁସାରେ ୨୨, ୪୧୧ କୋଟି ରାଜସ୍ୱ ବଳକା, ବିତ୍ତୀୟ ନିଅଣ୍ଟ ୨୪ ହଜାର ୯୮୨ କୋଟି ରହିବା ଆକଳନ, ବେତନ, ପେନସନ୍, ସୁଧ ବାବଦ ପ୍ରଶାସନିକ ଖର୍ଚ୍ଚ ୧ ଲକ୍ଷ ୩ ହଜାର ୫ ଶହ କୋଟି, ମୋଟ କାର୍ଯ୍ୟକ୍ରମ ବ୍ୟୟବରାଦ ୧ ଲକ୍ଷ ୪୦ ହଜାର କୋଟି .