ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ । ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି । ଏହାସହ ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ। ମୋଟ ୧ ଘଣ୍ଟା ୫୮ ମିନିଟ ବକ୍ତବ୍ୟ ରଖିଥିଲେ ରାଜ୍ୟପାଳ। ଦିନ ୧୧ଟାରୁ ରାଜ୍ୟପାଳଙ୍କ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଥିଲା। ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଥିଲେ ରାଜ୍ୟପାଳ। ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ।
ଗତ ୧୭ ଜାନୁଆରୀରେ ୮୦୦ କୋଟି ବ୍ୟୟରେ ହୋଇଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସରକାରଙ୍କୁ ଧନ୍ୟବାଦ । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ସେମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଶ୍ରୀମନ୍ଦିର ଠାରୁ ୭୫ ମିଟର ଯାଏଁ ହୋଇଥିବା ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ହାସଲ କରୁଛନ୍ତି ।
ମୋ ସରକାର ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ ଲକ୍ଷ ବାର୍ଷିକ ଚିକିତ୍ସା ସହାୟତା ସହିତ ଲୋକଙ୍କ ଜଟିଳ ରୋଗର ଉପଚାର ଓ ଚିକିତ୍ସା ପାଇଁ ୧୫୬ ଟି ଘରୋଇ ହସ୍ପିଟାଲ ସମେତ ୭୯୬ ଟି ହସ୍ପିଟାଲକୁ ଅନୁବାନ୍ଧତ କରିଛନ୍ତି । “ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ର ସୁଫଳ ଓଡ଼ିଶାର ୯୬.୫ ଲକ୍ଷ ପରିବାରର ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଛି । ୨୦୨୧ ମସିହା ସେପ୍ଟେମ୍ବର ପହିଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର ଶୁଭାରମ୍ଭ ପରଠାରୁ ୧୭.୬୪ ଲକ୍ଷରୁ ଅଧିକ ହିତାଧିକାରୀ ୩୯୫୮ କୋଟି ଟଙ୍କାର ଚିକିତ୍ସା ସହାୟତା ପାଇଛନ୍ତି।
ମୋ ସରକାର ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା’ରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇନଥିବା ସରକାରୀ କର୍ମଚାରୀ, ସରକାରୀ ପେନସନଭୋଗୀ କିମ୍ବା ଆୟକରଦାତା ନଥିବା ଗ୍ରାମ୍ୟ ପରିବାର ପାଇଁ ନିକଟରେ ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପ୍ରଚଳନ କରିଛନ୍ତି । ୨୦୨୪ ମଇ ୧ ତାରିଖରୁ ‘ବି.ଏସ୍.କେ.ୱାଇ. ନବୀନ କାର୍ଡ ପାଇଥିବା ପରିବାର ରାଜ୍ୟ ତଥା ରାଜ୍ୟ ବାହାରର ଅନୁବନ୍ଧିତ ଘରୋଇ ଗୁରୁତର ରୋଗର ଚିକିତ୍ସା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ । ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’, ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ଦୁର୍ଗମ ଅଞ୍ଚଳରେ ମାଲେରିଆ ନିରାକରଣ’ (ଦମନ) ଭଳି ୩ଟି ଅଭିଯାନ ପାଇଁ ମୁଁ ଭୂୟସୀ ପ୍ରଶଂସା କରୁଛି । ୭୫୦ କୋଟି ଟଙ୍କା ବ୍ୟୟରେ ୧୪୯ ଟି ସ୍ଵାସ୍ଥ୍ୟ ଅନୁଷ୍ଠାନର ଭିରିଭୂମି ରୂପାନ୍ତରଣ ୯ ମାସର ରେକର୍ଡ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ‘ଆମ ହସ୍ପିଟାଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି ।