କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜନିଆ ଛକ ନିକଟରେ ଏହି ଦୁର୍ଘଟଣା . ବାଇକ୍କୁ ଧକ୍କା ଦେଇ ବିଲକୁ ପଶିଗଲା ବସ୍। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁଇ ବାଇକ୍ ଆରୋହୀଙ୍କୁ ପରିଚୟ ମିଳିନାହିଁ।ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସଟି କେନ୍ଦ୍ରାପଡ଼ାରୁ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବାଇକକୁ ବସ୍ଟି ଧକ୍କା ଦେଇ ବିଲ ଭିତରକୁ ମାଡ଼ି ଯାଇଥିଲା।
ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରେ ବସ୍ ଯାତ୍ରୀଙ୍କର କିଛି ହୋଇନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବସ୍କୁ ଜବତ କରି ଘଟଣା ତଦନ୍ତ କରୁଛି।