ଭୁବନେଶ୍ୱର : ଓଡ଼ିଶାରେ ପୁଣି ଫେରିଲା କରୋନା ଭୟ। ରାଜ୍ୟରେ ୨୪ ଘଣ୍ଟା ରାଜ୍ୟରେ ୨୪ ଟି ଜିଲ୍ଲାରୁ ୨୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୬ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୮୮ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟାରେ ୨୪ଟି ଜିଲ୍ଲାରୁ ୨୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧରୁ ସର୍ବାଧିକ ୩୩ ଜଣ, ସୁନ୍ଦରଗଡ଼ରୁ ୨୭ ଜଣ, ବଲାଙ୍ଗୀର ଓ କଟକରୁ ୨୦ ଜଣ ଲେଖାଏଁ, ବରଗଡ଼ରୁ ୧୩ ଜଣ, ବାଲେଶ୍ବରରୁ ୧୧ ଜଣ, ଢ଼େଙ୍କାନାଳ,କୋରାପୁଟ ଓ ସମ୍ବଲପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ, ମୟୂରଭଞ୍ଜରୁ ୯ ଜଣ, ଅନୁଗୁଳରୁ ୬ ଜଣ, ଯାଜପୁର, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଲେଖାଏଁ, ଝାରସୁଗୁଡା ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ,ଜଗତସିଂହପୁର ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେ୍ଟ ପୋଲ୍ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।