ପାଟନା: ବିହାର ରାଜନୀତିରେ ପଲଟୁରାମ ପଲ୍ଟିବା ଅସମ୍ଭବ ହେଉଛି । ଆଗରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମତା ପାଇଁ କେଉଁ ସମୟରେ ମଧ୍ୟ ପଲ୍ଟିବାର ନଜିର ଦେଖିବାକୁ ମିଳୁଥିଲା । ମାତ୍ର ଏବେ ଜେଡ଼ିୟୁ ଓ ଆରଜେଡ଼ି ମଧ୍ୟରେ ଯେଉଁ ବିବାଦ ଦେଖାଯାଉଛି । ଯାହାକୁ ନେଇ ଅନେକ ଗଣମାଧ୍ୟମ ନୀତୀଶ କୁମାର ବିଜେପି ସହ ପୂଣ୍ଣରବାର ମେଂଟ କରି ପୁଣି ଥରେ ବିହାରରେ ନୂଆ ସରକାର ଗଠନ ନେଇ ଚର୍ଚ୍ଚା ହେଉଛି । ମାତ୍ର ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବଡ଼ ବୟାନ ଜାତୀୟ ରାଜନୀତିକୁ ହଲଚଲ କରିଛି । କାଳେ ଏଥର ନୀତୀଶ କୁମାର ଆଉ ଦଳ ଡ଼େଁଇବା ଅସମ୍ଭବ । ନୀତୀଶଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ଆରଜେଡ଼ି ସୁପ୍ରିମୋ ଲାଲୁ କହିଛନ୍ତି । ଯେଉଁଥି ପାଇଁ ଅକଳିରେ ପଲ୍ଟୁରାମ ପଡ଼ିଥିବା ତେଜସ୍ୱୀ ପ୍ରକାଶ କରିଛନ୍ତି ।
ଯଦି ମେଂଟ ସରକାର ଭାଙ୍ଗିବ ତେବେ ଆରଜେଡି ସରକାର ଗଠନ କରିବା ନେଇ ଦାବି ଉଠାଇ ପାରିବ । ସଂଖ୍ୟା ଗରିଷ୍ଠତା ପାଇଁ ୧୨୨ ଥିବା ବେଳେ ଆରଜେଡ଼ି ପାଖରେ ୭୯, କଂଗ୍ରେସ ପାଖରେ ୧୯, ବାମଦଳ ୧୬, ଥିବା ବେଳେ ଜେଡ଼ିୟୁ ୪୫, ବିଜେପି ୭୮ କିନ୍ତୁ ଜିତିରାମ ମାଝୀ ୪ ଓ ସ୍ୱାଧୀନ ୧ ଅଛି । ମାତ୍ର ନୀତୀଶ କୁମାରଙ୍କ ଦଳର କିଛି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଖପ୍ପା ଥିବା ଓ ସିଧା ଲାଲୁଙ୍କ ଟିମ୍ରେ ମିଶିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି ।
ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ୧୧୪ ଜଣ ବିଧାୟକଙ୍କ ସହ ଜିତନ ରାମ ମାଝିଙ୍କ ଚାରିଜଣ ବିଧାୟକଙ୍କୁ ସେମାନଙ୍କ ପକ୍ଷକୁ ଆଣିବା ପାଇଁ ଉଦ୍ୟମ ଚାଲିଛି । କୁହାଯାଉଛି ଯେ ଜିତନ ରାମ ମାଝିଙ୍କ ପୁଅ ସନ୍ତୋଶ ସୁମନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଇଛି ।
ଅନ୍ୟପଟେ ଏଆଇଏମଆଇଏମର ଜଣେ ବିଧାୟକ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସଂଖ୍ୟା ଗରିଷ୍ଠତା ୧୨୨ରୁ କମ ଦୁଇଟି ସିଟ୍ ହେବ । ଅର୍ଥାତ ୧୨୦ ଟି ସିଟରେ ପହଞ୍ଚିବ ବୋଲି କୁହାଯାଉଛି ।