ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ଶୁଳିଆ ଯାତ୍ରା ଆରମ୍ଭ ହୋଇଛି । ପଶୁ ରକ୍ତରେ ଲାଲ ହୋଇଛି ଶୁଳିଆ ପୀଠ। ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ। ଶୁଳିଆଦେବତାଙ୍କ ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କଲେ ହଜାର ହଜାର ଭକ୍ତଙ୍କ ସହ ମାନସିକଧାରୀ । ଆଦିବାସୀମାନେ ପାରମ୍ପରିକ ବେଶରେ ସୁସଜ୍ଜିତ ହୋଇ ଆସିଲା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଖଇରଗୁରା ଶୁଲିଆ ମନ୍ଦିର ଓ କୁମୁରିଆ ଦେହେରୀଙ୍କ ଘରୁ କନ୍ଧ ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଆସିଥିଲେ। ପ୍ରଥମେ ଦେହେରୀ ପୂଜାର୍ଚ୍ଚନା କରି ସମର୍ପଣ କଲା ପରେ ପାଟ ବୋଦା ଓ କଳା କୁକୁଡ଼ା ଓ ପାରାକୁ ବଳି ଦିଆଯାଇଥିଲା। ପରେ ପରେ ମାନସିକଧାରୀ ଆଣିଥିବା ପୋଢ଼, କୁକୁଡ଼ା ଓ ବୋଦାକୁ ବଳି ଦିଆଯାଉଥିବା ଦେଖାଯାଇଥିଲା।