ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ ହତ୍ୟାକାଣ୍ଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ । ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକ ଯାତ୍ରାରେ ଅଭିନୟ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ନାମକ ଜଣେ ତୃତୀୟଲିଙ୍ଗିକୁ ଆଣି ନିଜ ଘରେ ରଖିଥିଲେ । ତା ସହ ଶାରିରୀକ ସଂପର୍କ ରଖିଥିଲେ ।
ଗତ ୨ ତାରିଖ ଦିନ ରଶ୍ମୀ ରଂଜନ ବଳିଆର ସିଂଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଆଗକୁ ବଢ଼ିଥିଲା ତଦନ୍ତ । ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇବା ପରେ ରାମେଶ୍ୱର ଛକରେ ଛାଡ଼ି ଦେଇଥିଲା ବାଇକ୍ । ଏହି ବାଇକକୁ ଜବତ କରି ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ । ଅଭିଯୁକ୍ତ ସୋମନାଥ ଲାଠ ଜଣେ କିନ୍ନର । ସୋମନାଥ ଓ ରଶ୍ମୀ ଉଭୟ କଳାକାର ଥିଲେ । ଉଭୟ ନାଟକରେ ମିଶି ଅଭିନୟ କରୁଥିଲେ । ୨୦୧୭ରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପକ ଥିଲା । କିନ୍ତୁ କିଛି ଦିନ ତଳେ ଏମାନଙ୍କ ଭିତରେ ପଶି ଆସିଥିଲେ ଜଣେ ଯୁବତୀ କଳାକାର । ଯାହାକୁ ସହି ପାରିନଥିଲେ କିନ୍ନର ବନ୍ଧୁ ସୋମନାଥ ଲାଠ । ମୃତ ରଶ୍ମୀଙ୍କ ସହ ଯୁବତୀଙ୍କ ସମ୍ପର୍କକୁ ନେଇ ଉଭୟ ରଶ୍ମୀ ଓ ସୋମନାଥଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ୱିକାର କରିଛି ଅଭିଯୁକ୍ତ ।