ହାଉସ୍ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର । ଛାତ୍ରଛାତ୍ରୀମାନେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରୁଛନ୍ତି । ମେଡିସିନ୍ ଓପିଡିକୁ ମଧ୍ୟ ଛାତ୍ରଛାତ୍ରୀ ବନ୍ଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ପୋଲିସ ସହ ଯୁକ୍ତିତର୍କ କରିଛନ୍ତି ।
ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କୁ ଏନ୍ଏସ୍ରେ ଗିରଫ କରିବା ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଚିକିତ୍ସାରେ ଅବହେଳା ଅଭିଯୋଗରେ ଗତକାଲି ଜଣେ ମହିଳା ରୋଗୀଙ୍କ ସମ୍ପର୍କୀୟ ହାଉସ ସର୍ଜନ ବିଶ୍ୱରଂଜନ ସାହୁଙ୍କୁ ପିଛା କରି ତାଙ୍କୁ ଆକ୍ରମଣ କରିଥିଲେ । ସହଯୋଗୀ ବିଶ୍ୱଙ୍କୁ ଆଣି ମେଡିକାଲରେ ଭର୍ତି କରିଥିଲେ । ଏହା ପରେ ମେଡିକାଲରେ ତାଲା ଦେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ।