ଚନ୍ଦ୍ରପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଶଣା ମୁନ୍ ମିଶନରେ ବୈଜ୍ଞାନିକ ମାନେ ଚନ୍ଦ୍ରରେ ପଯ୍ୟାପ୍ତ ପାଣିଥିବାର ଅନୁମାନ କରିଛନ୍ତି । ଫ୍ଲାଇଙ୍ଗ୍ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା କଲାପରେ ଉତ୍ତର ଓ ଦକ୍ଷିଣମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ ପାଇଛି । ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ । ତେବେ ଏନେଇ ଅଧିକ ଗବେଶଣା ଜାରି ରହିବ ବୋଲି ନାସା କହିଛି ।