ଆରବିଆଇ କାର୍ଯ୍ୟାଳୟ ସମେତ ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କରେ ବୋମା ଖଞ୍ଜାଯାଇଥିବା ନେଇ ଇମେଲ୍ ଜରିଆରେ ଧମକ ମିଳିଛି। ଏନେଇ ସୂଚନା ଦେଇଛି ମୁମ୍ବଇ ପୁଲିସ। ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ମୁମ୍ବଇରେ ମୋଟ୍ ୧୧ଟି ସ୍ଥାନରେ ବୋମା ଖଞ୍ଜାଯାଇଥିବା ନେଇ ଧମକ ମିଳିଥିଲା। ପୁଲିସ ଏହି ସବୁ ସ୍ଥାନକୁ ଯାଇ ଅନୁସନ୍ଧାନ କରିଥିଲା କିନ୍ତୁ କିଛି ମିଳି ନଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଏହି ଧମକପୂର୍ଣ୍ଣ ଇମେଲ୍ ପ୍ରେରକ ଖିଲାଫତ୍ ଇଣ୍ଡିଆ ସହ ଜଡ଼ିତ ଥିବା ଦାବି କରିଛି।
ଏଭଳି ଖବର ପ୍ରଚାରିତ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇ-ମେଲରେ ଯେଉଁ ଯେଉଁ ସ୍ଥାନରେ ବୋମାମାଡ କରାଯିବାକୁ ଧମକ ଦିଆଯାଇଥିଲା ସେହିସବୁ ସ୍ଥାନରେ ପୋଲିସ ଯାଂଚ କରିଥିଲେ ବି କିଛି ଆପତ୍ତିଜନକ ଜିନିଷ ମିଳିପାରି ନାହିଁ । ଏମଆରଏ ମାର୍ଗ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ଯାଂଚ ଆରମ୍ଭ କରାଯାଇଛି ।