ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ପଂଚାୟତ ରେ ଜଣେ ଦିବ୍ୟାଙ୍ଗ ଯୁବତୀ ଙ୍କ ବିବାହ ଉତ୍ସବରେ ବିଡ଼ିଓ ଙ୍କ ଯୋଗଦାନ l ସୂଚନା ଅନୁଯାଇ ଗାଦବାକତ୍ରା ଗ୍ରାମରେ ଚୈତୁ ଜାନି ସ୍ତ୍ରୀ ତୁଳସା ଜାନି ଙ୍କ ତିନି ଝିଅ ଓ ଜଣେ ପୁଅ ତାଙ୍କ ଭିତରୁ ତୃତୀୟ ଝିଅ ସନମନି ଜାନି (25) ଦିବ୍ୟାଙ୍ଗ ଅଟେ ତାଙ୍କର ବାମ ହାତର ପାପୁଲି ର ଆଙ୍ଗୁଠି ନ ଥିଲା l ଭିନ୍ନକ୍ଷମ ଯୋଜନାରେ ସାମିଲ ହୋଇ ସନମନି ଜାନି ପେନସନ ପାଉଥିଲେ l ମଙ୍ଗଳବାର ଦିନ ସନମନିର ବିବାହ ମାଝୀଗୁଡା ପଂଚାୟତ ର ଲଦି ଗ୍ରାମର କୁଶ ଜାନିଙ୍କ ପୁଅ ଗୋବିନ୍ଦ ଜାନି (28)ସହ ହୋଇଥିଲା l ବିବାହ ଉତ୍ସବ ରେ ବିଡ଼ିଓ ରଞ୍ଜିତା ମଲ୍ଲିକ, ମଙ୍ଗଳ ଅଧିକାରୀ ଈଶ୍ୱର ବିଶୟୀ, ସରପଞ୍ଚ ମୂଳାବତୀ ମୁଦୁଲି, ଜିଲ୍ଲା ପରିଷଦ ଧନପତି ହରିଜନ, ସୋନିୟା ମୁଦଲି ପ୍ରମୁଖ ପହଂଚି ଭିନ୍ନକ୍ଷମ ସନମନି ଓ ତାଙ୍କ ପରିବାର କୁ ଭେଟି ଭିନ୍ନକ୍ଷମ ବିବାହ ପ୍ରତ୍ସାହନ ସହାୟତା ରାଶି ବାବଦ କୁ 2ଲକ୍ଷ 50 ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଦିବ୍ୟାଙ୍ଗ ହୋଇ ମଧ୍ୟ ମା ବାପାଙ୍କ ଆଶୀର୍ବାଦ ସବୁବେଳେ ନିଜ ଝିଅ ପ୍ରତି ଥାଏ ଏହା ହେଉଛି ଜନ ସମାଜ ପାଁଇ ଏକ ଉଦାହରଣ l