ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ସ୍ଥାନୀୟ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ । ଦୀର୍ଘ ମାସର ବ୍ୟବଧାନ ପରେ ଭାରତ ପୁଣିଥରେ ଟେଷ୍ଟ ଅଭିଯାନକୁ ଆରମ୍ଭ କରୁଥିବା ବେଳେ ଦଳକୁ ଫେରୁଛନ୍ତି ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାହ । ସେଞ୍ଚୁରିଅନର ସୁପର୍ସ୍ପୋର୍ଟ ପାର୍କରେ ଏହି ମ୍ୟାଚ୍ ଖେଳାଯିବ। ଦୁଇ ଦଳ ମଧ୍ୟରେ ୩୧ ବର୍ଷର ଟେଷ୍ଟ ଇତିହାସରେ ଭାରତ କେବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ୍ ସିରିଜ ଜିତିନାହିଁ। ଏହି ୩ ଦଶନ୍ଧି ମଧ୍ୟରେ ଭାରତ ୨୦୧୦-୧୧ରେ ଶ୍ରେଷ୍ଠ ସୁଯୋଗ ପାଇଥିଲେ ମଧ୍ୟ ଏହା ୧-୧ରେ ଅମୀମାଂସିତ ରହିଥିଲା।
୨ ବର୍ଷ ତଳେ ଶେଷ ଗସ୍ତରେ ଭାରତ ପ୍ରଥମ ଟେଷ୍ଟ୍ ଜିତିତିଲେ ମଧ୍ୟ ପରବର୍ତ୍ତୀ ଦୁଇଟିରେ ହାରିଯିବାରୁ ସୁଯୋଗ ଖସିଯାଇଥିଲା। ତେଣୁ ଭାରତୀୟ ଟିମ ଏବେ ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛି। ବକ୍ସିଂ ଡେରେ ଭାରତୀୟ ଟିମ ସଠିକ ପଞ୍ଚ ମାରିପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି।
ତେବେ ଭାରତ ରାସ୍ତାରେ ବର୍ଷା ବାଧକ ସାଜିପାରେ। କାରଣ ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦୁଇ ଦିନ ବର୍ଷା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଫଳାଫଳ ନ ବାହାରିବାର ସମ୍ଭାବନା ମଧ୍ୟ ରହିଛି।
ଦକ୍ଷିଣ ଆଫ୍ରିକାରେ ଭାରତ ଏଯାଏ ୭ଟି ଟେଷ୍ଟ ସିରିଜ ଖେଳିଥିବା ବେଳେ ୭ଟିରେ ହାରିଛି ଓ ଗୋଟିଏ ସିରିଜକୁ ଡ୍ର ରଖିବାରେ ସକ୍ଷମ ହୋଇଛି। ଭାରତ ଏଠାରେ ମୋଟ ୨୩ଟି ମ୍ୟାଚ୍ ଖେଳିଥିବା ବେଳେ କେବଳ ୪ଟିରେ ହିଁ ଜିତିବାକୁ ସକ୍ଷମ ହୋଇଛି।