ବଙ୍ଗୋପସାଗରରେ ଧିରେ ଧିରେ ବଢୁଛି ବାତ୍ୟ । ଆସନ୍ତା ୪ ତାରିଖରେ ଭୋର ସୁଦ୍ଧା ଏହା ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ ପହଞ୍ଚିବା ଅନୁମାନ କରାଯାଉଛି . । ଏହା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ କିଛି ସ୍ପଷ୍ଟ ଆକଳନ କରାଯାଇପାରୁନି ।
ଓଡ଼ିଶା ପାଇଁ ପୂର୍ବାନୁମାନ, ଆସନ୍ତା ୩ ତାରିଖରେ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭବନା ଅଧିକ । ୫ ରୁ ୭ ଯାଏଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ-ଉତ୍ତର ଦକ୍ଷଇଣ ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।
ପଶ୍ଚିମ-ଉତ୍ତର ଦିଗରେ ମୁହାଁଇ ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଦିଗରେ ମୁହାଁଇ ୪ ତାରିଖ ଭୋର ବେଳକୁ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ଅନୁମାନ କରାଯାଉଛି । ଏହାପରେ ସମ୍ଭାବ୍ୟ ବାତ୍ୟା କୁଆଡେ ଗତି କରିବ । ଅଧିକ ବଳ ଜୁଟାଇବ ନା ଦୁର୍ବଳ ହେବ । ସେ ନେଇ ସ୍ପଷ୍ଟ ଆକଳନ କରାଯାଇପାରୁନି ।
ତଥାପି କେତେକ ମଡେଲ ଅନୁସାରେ ଏହା ଦିଗ ବଦଳାଇ ଆନ୍ଧ୍ରରେ ମାଡ ହୋଇପାରେ । ତଥାପି କେତେକ ମଡେଲ ଅନୁସାରେ ଏହା ଦିଗ ବଦଳାଇ ଆନ୍ଦ୍ରରେ ମାଡ ହୋଇପାରେ । ସୋୟା ଜଳାବୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶାରେ ୩ ରୁ ପାଗ ବଦଳିବ , ଆଉ ୪ ତାରିଖରୁ ୭ ହେବ ବର୍ଷା।