ଆଜିକୁ ଥିକ୍ ୧୫ବର୍ଷ କଥା । ଆଜି ବି ମନେପଡ଼େ ସେ ରାତିର କଥା । ୧୫ ବର୍ଷ ତଳର ସେହି କାଳ ରାତିର ଛାତିଫଟା ଦୃଶ୍ୟ ଆଖି ଆଗରେ ଭାସିଯାଏ । କିଛି ସମୟ ଭିତରେ ପ୍ରାଣ ହରାଇଥିଲେ ଶହ ଶହ ଲୋକ । ଗୁଳିମାଡ଼ରେ ଥରି ଉଠିଥିଲା ମୁମ୍ବାଇର ଛାତି । ଆଜି ବି ସେ କୋହଭରା ଦୃଶ୍ୟ ମନରୁ ଲିଭିନି ।
ଆଜିର ଦିନରେ ମୁମ୍ବାଇରେ ତାଣ୍ଡବ ରଚିଥିଲେ ୧୦ ଆତଙ୍କବାଦୀ । ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ଆତଙ୍କବାଦୀ । ଆଖି ବୁଜା ଗୁଳିବର୍ଷଆ କରି ଥରାଇ ଦେଇଥିଲେ ମୁମ୍ବାଇର ଛାତି । ନଭେମ୍ବର ୨୬ ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।
ଆତଙ୍କୀ ଆକ୍ରମଣ ପୂରା ବିଶ୍ୱକୁ ଦୋହଲାଇ ରଖି ଦେଇଥିଲା । ଭାରତର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା । ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ରକ୍ତର ହୋଲିରେ ୧୬୬ ଜଣଙ୍କ ପ୍ରାଣହାନୀ ହୋଇଥଇଲା । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ୧୫ ବର୍ଷ ବିତି ଗଲାଣି । ହେଲେ ଆଜି ବି ସେ ନାରକୀୟ କାଣ୍ଡ କଥା ମନେ ପଡ଼ିଲେ ଲୋମ ଟାକୁରି ହୋଇ ପଡେ ।