ବିଧାନସଭାରେ ଲଗାତାର ତିନିଦିନ ଗୃହ ଠିକ୍ ଭାବରେ ଚାଲି ପାରି ନଥିବା ବେଳେ ଆଜି ଚତୁର୍ଥ ଦିନ । ଗୃହରେ ଆଲୋଚନା ରେ ରହିପାରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ ।
ଗତକାଲି ସଭା ଆରମ୍ଭରୁ ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ଗଣ୍ଡଗୋଳ କରିଥିଲେ । ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପୂର୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଗଣ୍ଡଗୋଳ ହୋଇଥିଲା ।
ପ୍ରଶ୍ନକାଳ ଆରମ୍ଭରୁ ଗଣ୍ଡଗୋଳ ଏବଂ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିଏମ ନିକଟକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଯାହା ଫଳରେ ପ୍ରଶ୍ନକାଳ ଚାଲିପାରି ନଥିଲା।
ରାଜ୍ୟପାଳଙ୍କୁ ଭେଟି ବା ପାଇଁ ବିଧାନସଭା ରୁ ରାଜଜବନ ବିଜେପି ସଦସ୍ୟମାନେ ଯାଇଥିଲେ । ଆଦିବାସୀ ଜମି ବିକ୍ରି ସଂକ୍ରାନ୍ତୀୟ କ୍ୟାବିନେଟ ନିଷ୍ପତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ମତ ରଖିଥିଲେ ବିଜେପି ବିଧାୟକ ଦଳ ।
ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଦିବାସୀଙ୍କ ସ୍ଥିତି କୁ ଆହୁରି ଘନୀଭୂତ କରିଛନ୍ତି । ଓଡ଼ିଶା ଗସ୍ତରେ ଥିବା ବିଶ୍ୱଭୂଷଣ କହିଛନ୍ତି ରାଜ୍ୟରେ ଆଦିବାସୀ ଅବହେଳିତ ଓ ବଞ୍ଚିତ ।