ଓଡିଶାର ପର୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗୁରୁବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମିଶି ବରିଷ୍ଠ ନାଗରିକ ପାଇଁ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କରିଛନ୍ତି।
ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ଟ୍ରେନ୍ ହରିଦ୍ୱାର ଓ ଋଷିକେଶ ପର୍ୟ୍ୟନ୍ତ ଯାତ୍ରା କରିବ।
ଓଡ଼ିଶା ସରକାର ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଯାତ୍ରା ସୁଖମୟ ଓ ସୁରକ୍ଷିତ ହେଉ ବୋଲି କାମନା କରିଛନ୍ତି।
ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ପଦକ୍ଷେପର ଅଂଶବିଶେଷ ହେଉଛି ଏହି ତୀର୍ଥଯାତ୍ରା ଟ୍ରେନ୍, ଯାହା ବରିଷ୍ଠ ନାଗରିକଙ୍କୁ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ସ୍ଥାନରେ ସେମାନଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଆଗେଇ ନେବାରେ ସାହାଯ୍ୟ କରିବ।