ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମେଚ୍
ଜୋସ୍ ଇଙ୍ଗଲିସଙ୍କ ୫୦ ବଲ୍ ୧୧୦ ରନ୍ ବଳରେ ଅଷ୍ଟ୍ରେଲିଆ ୩ ଉକେଟ୍ ହରାଇ ୨୦୮ ରନ୍ କରିଥିଲା। ସୂର୍ୟ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଅଷ୍ଟ୍ରେଲିଆ ତା’ର ଅନେକ ବିଶ୍ବକପ୍ ବିଜେତାଙ୍କୁ ବିଶ୍ରାମ ଦେଇଛି, କିନ୍ତୁ ଷ୍ଟିଭ୍ ସ୍ମିଥ୍ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲେ। ପ୍ରଥମ ଯୋଡ଼ି ମାଥ୍ୟୁ ସର୍ଟ ରବି ବିଷ୍ଣୋଇଙ୍କ ବଲ୍ ଆଉଟ୍ ହୋଇଥିଲେ ହେଁ ଜୋଶ ଇଙ୍ଗଲିସ ମ୍ୟାଚ୍ ହାତେଇ ନେଇଥିଲେ।
ସ୍ମିଥ୍ ମାତ୍ର ୨୯ ବଲ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡ଼ି ଦ୍ୱିତୀୟ ଉକେଟ୍ ପାଇଁ ମାତ୍ର ୬୬ ବଲ୍ ୧୩୦ ରନ୍ ଯୋଡ଼ିଥିବା ବେଳେ ସ୍ମିଥ୍ ୨୩ ବଲ୍ ରେ ମାତ୍ର ୩୬ ରନ୍ କରିଥିଲେ। ଶେଷରେ ସ୍ମିଥ୍ ୪୧ ବଲ୍ରୁ ୫୨ ରନ୍ କରି ଆଉଟ୍ ହେବା ପରେ ଇଙ୍ଗଲିସ ମାତ୍ର ୪୭ ବଲ୍ ରେ ଶତକ ପୂରଣ କରି ଅଷ୍ଟ୍ରେଲିଆର ଦ୍ରୁତତମ ଟି-୨୦ ଶତକ ହାସଲକାରୀ ଆରୋନ୍ ଫିଞ୍ଚ ରେକର୍ଡର ସମକକ୍ଷ ହୋଇଥିଲେ।