ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଭାରତ-କାନାଡ଼ା କୂଟନୈତିକ ସଙ୍କଟ ମଧ୍ୟରେ କାନାଡ଼ାରେ ଇ-ଭିସା ସେବା ପୁଣି ଥରେ ଆରମ୍ଭ ହେବା ଏକ ‘ତାର୍କିକ ପରିଣାମ’ ଥିଲା, କାରଣ ସ୍ଥିତିରେ ଅପେକ୍ଷାକୃତ ଉନ୍ନତି ଘଟିଛି ଏବଂ ଭାରତ ଧୀରେ ଧୀରେ ଭିସା ସେବା ପୁନର୍ବାର ଆରମ୍ଭ କରୁଛି। ଭର୍ଚୁଆଲ ଜି-20 ଲିଡର ସମ୍ମିଳନୀ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି, ଜି-20 ବୈଠକର କୌଣସି ସମ୍ପର୍କ ନାହିଁ।
ଯାହା ଘଟିଥିଲା ତାହା ହେଲା ଆମେ ସାମୟିକ ଭାବେ ଭିସା ଜାରିକୁ ସ୍ଥଗିତ ରଖିଥିଲୁ କାରଣ କାନାଡାର ପରିସ୍ଥିତି ଆମର କୂଟନୀତିଜ୍ଞମାନଙ୍କ ପାଇଁ ଅଫିସକୁ ଯିବା ଏବଂ ଭିସା ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ କାର୍ୟ୍ୟ କରିବା କଷ୍ଟକର କରିଦେଇଥିଲା। ସେଠାକାର ପରିସ୍ଥିତି ଅଧିକ ସୁରକ୍ଷିତ କିମ୍ବା ଅପେକ୍ଷାକୃତ ଉନ୍ନତ ହୋଇଥିବାରୁ ମୁଁ ଭାବୁଛି ଭିସା ସେବା ଧୀରେ ଧୀରେ ଆରମ୍ଭ କରିବା ସମ୍ଭବ ହୋଇଛି ବୋଲି ଜୟଶଙ୍କର କହିଛନ୍ତି।