ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ଜଣେ ମହିଳା ମୁଣ୍ଡ ଓ ହାତ ନଥିବା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁଟି ମୃତୁ୍ୟମୁଖରୁ ବର୍ତ୍ତି ଯାଇଥିଲା। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପଣସଡିହା ପଞ୍ଚାୟତ ବାନିୟାଜୋଡି ଗ୍ରାମର ରାଉତ ମୁଡିଆଙ୍କ ସ୍ତ୍ରୀ ସାଦୁଗାମା ଶନିବାର ଅପରାହ୍ନରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ।
108 ଆମ୍ବୁଲାନ୍ସରେ ତାଙ୍କୁ ଠାକୁରମୁଣ୍ଡା ସିଏଚସିକୁ ସ୍ଥାନାନ୍ତର କରାୟାଉଥିବା ବେଳେ ଆମ୍ବୁଲାନ୍ସରେ ହିଁ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ମା’ ଓ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାୟାଇଥିଲା। ଏହା ପରେ ଦିନରେ ସେ ଆଉ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କିନ୍ତୁ ମୁଣ୍ଡ ଓ ହାତ ନଥିବା ମୃତ ଶିଶୁଟିଏ।