ଜଗତସିଂହପୁର ଜିଲ୍ଲା ଓଡିଶା ମୋ-ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ଯରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ୍ ଦାସ୍, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଅତନୁ ସବ୍ଯସାଚୀ ନାୟକ, ତିର୍ତୋଲ୍ ବିଧାୟକ ବିଜୟ ସଙ୍କର ଦାସ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି,ବିମଳ ମହାପାତ୍ର, ବସନ୍ତ ମହାପାତ୍ର, ଲିପାଲି ରାଉଳ ଜଗତସିଂହପୁର ରକ୍ତଭଣ୍ଡାର ପରିଚାଳିକା ଡାକ୍ତର ପଙ୍କଜିନୀ ବେହେରା, ଦୀପକ୍ ଦାସ,ନିହାରିକା ମହାନ୍ତି, ଜ୍ୟୋର୍ତିମୟୀ ଦାସ,ପ୍ରମୁଖ ଉପସ୍ଥିତ ଥିଲେ। ଜଗତସିଂହପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ପାଇଁ ଏହି ରକ୍ତ ଦାନ ଶିବିରର ମୁଖ୍ୟ ଉଦେଶ୍ଯ ଥିଲା। ଏହି ରକ୍ତ ଦାନ ଶିବିରରେ ତିର୍ତୋଲ୍ ବିଜୁ ଜୁବ ଜନତା ଦଳର ଅନେକ କର୍ମୀ ଯୋଗ ଦେବା ସହିତ ରକ୍ତ ଦାନ ମଧ୍ୟ କରିଥିଲେ। ଏହି ରକ୍ତ ଦାନ ଶିବିରରେ ମୋଟ ୬୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।