ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏସ୍ ଭେଙ୍କିତାରମଣନ୍ଙ୍କର ଶନିବାର ଏଠାରେ ଦେହାନ୍ତ ହୋଇଛି।
ତାଙ୍କୁ 92 ବର୍ଷ ବୟସ ହୋଇଥିଲା।
ଶ୍ରୀ ଭେଙ୍କଟରମଣନ ଭାରତୀୟ ପ୍ରଶାସନିକ ସେବାର ଜଣେ ସଦସ୍ୟ ଥିଲେ ଏବଂ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଅର୍ଥ ସଚିବ ଏବଂ ପରେ କର୍ଣ୍ଣାଟକ ସରକାରଙ୍କ ପରାମର୍ଶଦାତା ଭାବେ କାର୍ୟ୍ୟ କରିଥିଲେ।
ଶ୍ରୀ ଭେଙ୍କଟରମଣନ୍ 1990 ମସିହା ଡିସେମ୍ବରରୁ 1992 ମସିହା ଡିସେମ୍ବର ମଧ୍ୟରେ ଆରବିଆଇରେ କାର୍ୟ୍ୟ କରିଥିଲେ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କୁ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଓ ଲୋକସେବକ ଭାବେ ପ୍ରଶଂସା କରିବା ସହ ସଙ୍କଟ ସମୟରେ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଛନ୍ତି।
ତାଙ୍କ କାର୍ୟ୍ୟକାଳରେ ଦେଶ ବାହ୍ୟ କ୍ଷେତ୍ର ସହିତ ଜଡ଼ିତ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତାଙ୍କର ଦକ୍ଷ ପରିଚାଳନା ଯୋଗୁ ଦେଶ ଦେୟ ସନ୍ତୁଳନ ସଙ୍କଟରୁ ମୁକୁଳି ପାରିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି।
ଆର୍ବିଆଇ ତା’ର େଓ୍ୱବସାଇଟ୍ରେ କହିଛି ଯେ ଶ୍ରୀ ଭେଙ୍କିଟରମଣନ୍ଙ୍କ କାର୍ୟ୍ୟକାଳରେ ଭାରତ ଆଇଏମ୍ଏଫ୍ ସ୍ଥିରୀକରଣ କାର୍ୟ୍ୟକ୍ରମକୁ ଗ୍ରହଣ କରିଛି, ଯେଉଁଠାରେ ଟଙ୍କାର ଅବମୂଲ୍ୟାୟନ ହୋଇଛି ଏବଂ ଆର୍ଥିକ ସଂସ୍କାର କାର୍ୟ୍ୟକ୍ରମ ଆରମ୍ଭ ହୋଇଛି।