ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସେନ୍ସେକ୍ସ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ୩୦ଟି ବଡବଡ କମ୍ପାନୀ ପ୍ରସ୍ତୁତ କରାଯାଉଥିବା ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ଆଜି ରେକର୍ଡ ସ୍ତର ପାର କରୁଛି । ପ୍ରିଟେଡିଙ୍ଗ୍ ସମୟରେ ଏହା ଉତ୍ସାହଜନକ ଭାବେ ବୃଦ୍ଧି ପାଇ ୫୦ ହଜାର ୨ ପଏଣ୍ଟରେ ଖୋଲିବାକୁ ସମର୍ଥ ହୋଇଛି । ସେୟାର ମାର୍କେଟ ଇତିହାସରେ ଏହି ଘଟଣା ପ୍ରଥମ ପାଇଁ ଘଟିଛି । ସେନ୍ସେକ୍ସ ୬ ବର୍ଷ ୮ ମାସ ୫ ଦିନରେ ୨୫ ହଜାରରୁ ୫୦ ହଜାରରେ ପହଞ୍ଚିଛି । ଏହାଛଡା ନ୍ୟାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ନିପ୍ଟି ମଧ୍ୟ ୧୪ ହଜାର ୭ ଶହ ପଏଣ୍ଟରେ ଖୋଲିଛି । ଏହା ପୂର୍ବରୁ ଆମେରିକାରେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ନେବାପରେ ୱାଲ ଷ୍ଟ୍ରିଟ୍ରେ ଭି ମାର୍କେଟ ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି ।