ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ୟାପିଟାଲ ହସ୍ପିଟାଲରେ ଶନିବାର ଓଡ଼ିଶାର ପ୍ରଥମ ମଡ୍ୟୁଲାର ଅପରେସନ ଥିଏଟର (ଓଟି) କମ୍ପ୍ଲେକ୍ସ ଖୋଲାୟାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଡ୍ୟୁଲାର ଓଟିକୁ ଉଦ୍ଘାଟନ କରିଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ଅତ୍ୟାଧୁନିକ ଚିକିତ୍ସା ଉପକରଣରେ ସଜ୍ଜିତ ଏହି ମଡ୍ୟୁଲାର ଓଟି ଏକକାଳୀନ 10 ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରିବାରେ ସକ୍ଷମ। କୋରିଆ ମଡେଲ ଅନୁସାରେ ଏହି ଓଟି ପ୍ରସ୍ତୁତ କରାୟାଇଛି।
ଏକ ମହଲା ବିଶିଷ୍ଟ ଓଟି କମ୍ପ୍ଲେକ୍ସରେ 7ଟି ରୁମ୍ ରହିଥିବା ବେଳେ ସେଥିମଧ୍ୟରୁ 5ଟି ରୁମ୍ ମଡ୍ୟୁଲାର ଓଟିକୁ ଉତ୍ସର୍ଗ କରାୟାଇଛି। ଅନ୍ୟ ଦୁଇଟି ରୁମ୍ ଅସ୍ତ୍ରୋପଚାର ପରେ ରୋଗୀଙ୍କ ଅନୁଧ୍ୟାନ ପାଇଁ ବ୍ୟବହାର କରାୟିବ। କ୍ୟାପିଟାଲ ହସ୍ପିଟାଲ ପାଇଁ ଏହି ନୂଆ ବ୍ୟବସ୍ଥା କାମରେ ଆସିବ। କୁହାୟାଉଛି ଯେ, ଏଣିକି କିଛି ଗୁରୁତର ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର କରାୟିବ ନାହିଁ। ଏହି ନୂଆ ବ୍ୟବସ୍ଥା ଦ୍ୱାରା କ୍ୟାପିଟାଲ ହସ୍ପିଟାଲରେ ରେଫରାଲ କେସ୍ ସଙ୍ଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାୟାଉଛି।