ଶୁକ୍ରବାର ରାୟଗଡ଼ାରେ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟସେବା ଡ୍ରୋନ୍ ଡେଲିଭରି ନେଟବାର୍କରେ ଦୁର୍ଗମ ଆଦିବାସୀ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ୍। ଏହି କାର୍ୟ୍ୟକ୍ରମ ଅନ୍ତର୍ଗତ ରେଡବିଙ୍ଗର ଇଲେକ୍ଟ୍ରିକ ହାଇବ୍ରିଡ ଡ୍ରୋନ ରାୟଗଡ଼ାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଔଷଧ ଓ ଚିକିତ୍ସା ଉପକରଣ ପହଞ୍ଚାଇବ, ଯାହା ସ୍ୱାସ୍ଥ୍ୟ ସେବା ପାଇବା କ୍ଷେତ୍ରରେ ଆହ୍ୱାନର ସମ୍ମୁଖୀନ ହେଉଛି।
ଓଡ଼ିଶାର ଦ୍ୱିତୀୟ ଜିଲ୍ଲା ଭାବେ କନ୍ଧମାଳ ପରେ ରାୟଗଡ଼ାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନା ଆରମ୍ଭ ହୋଇଥିଲା। ୟୁଏସ୍ଏଆଇଡି ଓ ରେଡ୍ୱିଙ୍ଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସେବା ଆରମ୍ଭ ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ କଲ୍ୟାଣସିଂହପୁର ଓ ଗୁଡାରି ହସ୍ପିଟାଲରେ ଡ୍ରୋନ୍ ମାଧ୍ୟମରେ ଔଷଧ ବିତରଣ କରାୟାଇଥିଲା। ଏହାର ସଫଳତା ପରେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଭିନ୍ନ ଡାକ୍ତରଖାନାକୁ ଔଷଧ ପହଞ୍ଚାୟିବ।ମିଳିଥିବା ସୂଚନା ଅନୁୟାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ତାଲିମପ୍ରାପ୍ତ ବ୍ୟକ୍ତି ଡ୍ରୋନ୍ ଚଳାଇବେ। ଏହି ଡ୍ରୋନ୍ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଔଷଧ ପହଞ୍ଚାଇବ।