ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାରେ ୩୮୬.୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ଇନଷ୍ଟ୍ରିମ ଷ୍ଟୋରେଜ୍ ଢାଞ୍ଚାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁମୋଦନ କରିଛନ୍ତି।
ଏହି ଦୁଇଟି ପ୍ରକଳ୍ପ ମଧ୍ୟରେ ଭାସମାଠାରେ ଏଲବି ନଦୀ ଉପରେ ଏକ ଷ୍ଟ୍ରକଚର ଏବଂ ଫୁଲବାଡ଼ିଠାରେ ସାପେଇ ନଦୀ ଉପରେ ଅନ୍ୟ ଏକ ଷ୍ଟ୍ରକଚର ରହିଛି। ଭାସମା ପ୍ରକଳ୍ପ ପାଇଁ ୨୬୨.୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଫୁଲବାଡ଼ି ଢାଞ୍ଚା ପାଇଁ ୧୨୩.୭୫ କୋଟି ଟଙ୍କା ଖର୍ଚ୍ଚ ହେବ।
ପ୍ରକଳ୍ପ ଦ୍ୱାରା ୫ଟି ବ୍ଲକର ଲୋକେ ଉପକୃତ ହେବେ। ଭାସମା ପ୍ରକଳ୍ପ ଟାଙ୍ଗରାପଲ୍ଲୀ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ବ୍ଲକର ଜଳ ଆବଶ୍ୟକତାକୁ ପୂରଣ କରୁଥିବା ବେଳେ ଫୁଲବାଡ଼ି ପ୍ରକଳ୍ପ ବଡଗାଁ ଓ ବାମାରା ପାଇଁ ଉଦ୍ଦିଷ୍ଟ।
ଏହି ଇନଷ୍ଟ୍ରିମ ଷ୍ଟୋରେଜ ଢାଞ୍ଚା କେବଳ ପିଇବା ପାଣିର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ମତ୍ସ୍ୟଚାଷ ଏବଂ ଗୋପାଳନକୁ ମଧ୍ୟ ସୁଗମ କରିବ। ଏହା ମଧ୍ୟ ଭୂତଳ ଜଳସ୍ତରକୁ ରିଚାର୍ଜ କରିବ।