ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନ ଭାରତର ଅନ୍ୟତମ ଦିଗଦ୍ରଷ୍ଟା ପଣ୍ଡିତ ଜବାହରଲାଲ୍ ନେହରୁଙ୍କ(Pandit Jawaharlal Nehru) ଜନ୍ମଦିନ। ୧୯୩୦ ଦଶକରେ ଭାରତୀୟ ଜାତୀୟତା ଆନ୍ଦୋଳନର ନେତୃତ୍ୱ ନେଇଥିବା ଶ୍ରୀ ନେହରୁ ଭାରତ ପାଇଁ ଗଣତାନ୍ତ୍ରିକ ଭିତ୍ତିଭୂମି ନିର୍ମାଣ କରିବା, ବିଜ୍ଞାନ ଓ କାରିଗରୀକୁ ଗୁରୁତ୍ୱ ଦେବାରେ ସିଦ୍ଧହସ୍ତ ଥିଲେ। ଶୀତଳ ଯୁଦ୍ଧ ସମୟରେ ଭାରତର ବୈଦେଶିକ ନୀତିକୁ ସ୍ପଷ୍ଟ କରି ଦେଶର ନୂତନ ପରିଚୟ ସୃଷ୍ଟିରେ ତାଙ୍କର ଗୁରୁତ୍ୱ ରହି ଆସିଛି। ୧୫ ଅଗଷ୍ଟ ୧୯୪୭ରୁ ମୃତ୍ୟୁ ଯାଏ ଅର୍ଥାତ ୨୯ ମେ ୧୯୬୪ ଯାଏ ସେ ପ୍ରଧାନମନ୍ତ୍ରୀ ଭାବେ ଭାରତର ଟେକ ରଖିଥିଲେ। ଶିଶୁମାନଙ୍କୁ ଦେଶର ଭବିଷ୍ୟତ ବୋଲି ଅଭିହିତ କରିବା ସହ ତାଙ୍କ ସହ ସମୟ ବିତାଇବାକୁ ଭଲ ପାଉଥିବା ଶ୍ରୀ ନେହରୁଙ୍କ ଜନ୍ମଦିନକୁ ଭାରତ ଶିଶୁ ଦିବସ ଭାବେ ପାଳନ କରିଆସୁଛି। ତେବେ କାହିଁକି? କେବେଠୁ ଏ ଶିଶୁ ଦିବସ?