ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇ. ୱାଇ. ଡି. ପି.) ଅଧୀନରେ କ୍ରୀଡ଼ା, ସଂସ୍କୃତି ଏବଂ ସାମାଜିକ କାର୍ଯ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଛାତ୍ର ପ୍ରତିଯୋଗିତାର ଆୟୋଜନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଡିଗ୍ରୀ କଲେଜ ଏବଂ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ସ୍ୱତନ୍ତ୍ର ସବସିଡି ପ୍ରଦାନ କରିବ।
ମାନଦଣ୍ଡ ଅନୁଯାଯ଼ୀ, ୧୦୦ ରୁ ୧୫୦ ମଧ୍ୟରେ ଛାତ୍ର ସଂଖ୍ୟା ଥିବା କଲେଜଗୁଡିକ ୧.୫ଲକ୍ଷ ଟଙ୍କା ଅନୁଦାନ ପାଇବେ। ୨୦୦ ରୁ ୫୦୦ ମଧ୍ୟରେ ଛାତ୍ର ସଂଖ୍ଯ଼ା ଥିବା ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ବିଭାଗ ୩ ଲକ୍ଷ ଟଙ୍କା ଅନୁଦାନ ଦେବ। ସେହିପରି ୫୦୦-୧୦୦୦ ବିଦ୍ୟାର୍ଥୀ ଥିବା ଅନୁଷ୍ଠାନ ପାଇଁ ୪ ଲକ୍ଷ ଟଙ୍କା, ୧୦୦୦-୨୦୦୦ ବିଦ୍ୟାର୍ଥୀଙ୍କ ପାଇଁ ୬ଲକ୍ଷ ଟଙ୍କା ଏବଂ ୨୦୦୦ରୁ ଅଧିକ ବିଦ୍ୟାର୍ଥୀ ଥିବା ଅନୁଷ୍ଠାନ ପାଇଁ ୯ଲକ୍ଷ ଟଙ୍କା।
ରାଜ୍ୟର ସରକାର ନୂଆ ବ୍ୟବସ୍ଥା ଆରମ୍ଭ କଲେ।