କଟକ ସବ୍ ରେଜିଷ୍ଟ୍ରାର ଅଫିସ୍ରେ ହାଜର ହେଲେ ସୋମାଲିକା । ହେଲେ ଆସିଲେନି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସୋମାଲିକା ଅଭିଯୋଗ କରିଛନ୍ତି ଯେ, ବିଧାୟକ ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ ପାଇଁ ଦସ୍ତଖତ କରିଛନ୍ତି ସେ ପୂର୍ବରୁ ବିବାହିତା
ଅକ୍ଟୋବର ୩୧ ତାରିଖରେ ସୋମାଲିକା, ବିଜୟ ଶଙ୍କର ଓ ତାଙ୍କ ସହ ବିବାହ ପାଇଁ ଆବେଦନ କରିବାକୁ ଥିବା ଯୁବତୀଙ୍କୁ ମ୍ୟାରେଜ୍ ଅଫିସ୍ରେ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା । ନୋଟିସ୍ ଆଧାରରେ ମ୍ୟାରେଜ୍ ଅଫିସ୍ରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ସୋମାଲିକା । ପୂର୍ବରୁ ସୋମାଲିକା ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ସ୍ପେଶାଲ ମ୍ୟାରେଜ୍ ଆକ୍ଟର ଧାରା ୫ ଅନ୍ତର୍ଗତ କେକେ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । ବିଧାୟକ ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ ପାଇଁ ଦସ୍ତଖତ କରିଛନ୍ତି ସେ ପୂର୍ବରୁ ବିବାହିତା ବୋଲି ସୋମାଲିକା ଦର୍ଶାଇଥିଲେ । ଏପରି ଅଭିଯୋଗ ସପକ୍ଷରେ ପ୍ରମାଣ ଦାଖଲ କରିବାକୁ ମ୍ୟାରେଜ୍ ଅଫିସର ସୋମାଲିକାଙ୍କୁ କହିଛନ୍ତି । ଏଥିପାଇଁ ଅଧିକ ସମୟ ମାଗିଛନ୍ତି ସୋମାଲିକା । ଆସନ୍ତା ୨୧ ତାରିଖରେ ପୁଣି ଏହି ମାମଲାରେ ମ୍ୟାରେଜ୍ ଅଫିସରଙ୍କ ନିକଟରେ ଶୁଣାଣି ହେବ ।
Plugin Install : Subscribe Push Notification need OneSignal plugin to be installed.