ପୁଣି ବଢିବ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଛତିଶଗଡ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ ମହାମାରୀ ସମୟରେ ବିଜେପି ସରକାର ଆରମ୍ଭ କରିଥିଲେ । ତେବେ ଆଗକୁ ୫ରାଜ୍ୟରେ ବିଧାନସଭା ନିର୍ବାଚନ ସାଙ୍ଗକୁ ସାଧରଣ ନିର୍ବାଚନ । ଏହି ସମୟରେ ମାଗଣା ରାସନ ଅବଧି ବୃଦ୍ଧି ବିଜେପି ସରକାରଙ୍କ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇପାରେ ।