ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ନଭେମ୍ବର ୧ ତାରିଖରେ ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସାରା ଦେଶରେ ଅନ୍ନ ସେବା ଜରିଆରେ ୧୫ଟି ରାଜ୍ୟର ୧.୪ ଲକ୍ଷ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଛି। ଅନ୍ନ ସେବା ଜରିଆରେ ପ୍ରାୟ ୭୫୦୦୦ ଲୋକଙ୍କୁ ରନ୍ଧା ହୋଇଥିବା ଭୋଜନ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୬୫୦୦୦ ଲୋକଙ୍କୁ ଶୁଖିଲା ରାସନ / ଗ୍ରୋସରୀ ପ୍ରଦାନ କରାଯାଇଛି।
ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଏହି ଅନ୍ନ ସେବାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଭୋଜନ ବିତରଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଗରମ ଭୋଜନ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରିଲାଏନ୍ସର ସ୍ୱୟଂସେବକ ମାନେ କରିଛନ୍ତି ।ନୀତା ଅମ୍ବାନୀ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ବଞ୍ଚିତ ବର୍ଗର ୩୦୦୦ ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ସମାରୋହ ବେଶ ସ୍ୱତନ୍ତ୍ର ଥିଲା କାରଣ ସ୍କୁଲ ଯାଉଥିବା ୩୦୦୦ ବଞ୍ଚିତ ବର୍ଗର ପିଲା ଏଥିରେ ମନୋରଞ୍ଜନ ଓ ଉପହାରର ମଜା ନେବା ସହିତ ଅନ୍ନ ସେବାରେ ସାମିଲ ହୋଇଥିଲେ ଯେଉଁଥିରେ ନିଜର ୬୦ ତମ ଜନ୍ମଦିନରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ନିଜେ ସମସ୍ତଙ୍କୁ ଖାଦ୍ୟ ପରସିଥିଲେ ।
ଓଡ଼ିଶାରେ ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ, ବାଲେଶ୍ବର, ଭୁବନେଶ୍ୱର, ପୁରୀ ଓ ବରଗଡ଼ ରେ ୫୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି । ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ, ମତ୍ସ୍ୟଜୀବୀ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ଜରିଆରେ ଏହି ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି