ନବରଙ୍ଗପୁର ;ରକ୍ତମୁଖା ମାଓବାଦୀ, ଆସିଲେ ୩ ଜଣଙ୍କୁ ଗାଁରୁ ଉଠାଇନେଇ ନିର୍ମମ ଭାବେ ହତ୍ୟା କଲେ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛତିଶଗଡ଼ କାଙ୍କେର ଅଂଚଳରେ ଏମତି ରକ୍ତ ମୁଖା ହୋଇଛନ୍ତି ମାଓବାଦୀ ।
ପୁଲିସ ଇନଫର୍ମର୍ ସନ୍ଦେହରେ ୩ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଲେ। ମୁର୍ଖେଣ୍ଡି ଗାଁର ୩ ଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ପଳାଇଥିଲେ ନକ୍ସଲ। ଗ୍ରାମବାସୀ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ।
ନକ୍ସଲ ମାନେ ପୁଲିସ ଇନଫର୍ମ ସନ୍ଦେହରେ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।