ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ‘ମୋତେ ଟିଭି ଚ୍ୟାନେଲରେ ପଚରଗଲା ଯେ ଅନୁଭବ ନା ଅରିନ୍ଦମ କାହା ସହ ଫିଲ୍ମ କରିବେ, ମୁଁ କହିଲି ମୁ ବାବୁଶାନ୍ ସହ କରିବି । ଓଡ଼ିଆ ସିନେମା ବ୍ୟବସାୟରେ ପଇସା ନାହିଁ। ଏକଥା ସମସ୍ତେ ଜାଣିଛନ୍ତି । ତଥାପି ଆମେ ଚାହୁଁଛୁ ଆମ ସିନେମା ରାଷ୍ଟ୍ରୀୟ ସ୍ତରରେ ପହଞ୍ଚୁ। ମୁଁ ଏକଥା କହିଲେ ସମସ୍ତେ ମୋତେ କହୁଛନ୍ତି ମୁଁ ବମ୍ବେରୁ ଆସିଛି ଆଉ ଖାଲି ନ୍ୟାସନାଲ କଥା କହୁଛି
.ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ‘ଟୁଟୁ ମିଶ୍ର ତାଙ୍କୁ ବ୍ୟାନ୍ କରିଥିଲେ ଏବେ ସେ ନିଜେ ଟୁଟୁ ନାୟକଙ୍କୁ ବ୍ୟାନ୍ କରିଛନ୍ତି । ‘ବ୍ୟାନ୍ ନେଇ ମୋତେ କିଛି ଚିଠି ଆସିନି। ମୁଁ ଜଣେ କଳାକାର, ଟୁଟୁ ନାୟକ ମୋତେ କ’ଣ ବ୍ୟାନ୍ କରିବେ ଏବେ ମୁଁ ତାଙ୍କୁ ବ୍ୟାନ୍ କରୁଛି ମୁଁ ତାଙ୍କ ସହ କୌଣସି ଫିଲ୍ମ କରିବି ନାହିଁ । ଓଡିଶାରେ ଯେବେବି ଭଲ ଫିଲ୍ମ୍ମ ହେଉଛି ଫିଲ୍ମ ଡିଷ୍ଟ୍ରିବ୍ୟୁଟର ତାକୁ ଅଟକାଇ ପଇସା ନେଇ ବାହାର ଫିଲ୍ମକୁ ହଲରେ ପକାନ୍ତି । ସେମାନଙ୍କୁ ଏକ୍ସପୋଜ୍ କରାଯାଉ । ଓଡ଼ିଶା ବାସୀ ଚାହୁଁଛନ୍ତି ଓଡ଼ିଆ ସିନେମା କେମିତି ସାରା ଦେଶରେ ପହଞ୍ଚୁ । ମୁଁ ଏଥିପାଇଁ କାମ କରୁଛି କିନ୍ତୁ କିଛି ବ୍ୟକ୍ତି ମୋତେ ଓ ମୋ କାମକୁ ବିରୋଧ କରୁଛନ୍ତି’ ।