ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଭଟିଆ ଛକ ନିକଟ ୧୬ନମ୍ବର ଜାତୀୟ ରାଜପଥ ବେବସ୍ଥା ଦେଖିଲେ ଲାଗୁଛି ବେଵସ୍ଥାର ଢଙ୍ଗ ସୁଧିବାର ନାଁ ଧରୁନୀ ।ପ୍ରଶାସନ ବାରମ୍ୱାର ତାଗିଦ୍ କରିଥିଲେ ମଧ୍ୟ ୧୬ ଜାତୀୟ ରାଜପଥରେ କଡରେ କରିଥିବା ଦୋକାନୀ ମାନଙ୍କ ଶାସକ କୁଜି ନେତାଙ୍କ ବଳରେ ମନମୁଖୀ ଚାଲିଛି ବେଆଇନ ପ୍ରାର୍କିଙ୍ଗ। ଏନେଇ ଗତକାଲି ଏକ ଦୁର୍ଘଟଣା ରେ ତିନିଜଣ ମୁତୁ ଘଟିଛି । ସୂଚନା ଯୋଗ୍ୟ ଯେ ଦିନ ତିନିଘଟିକା ସମୟରେ ୱେଷ୍ଟବେଙ୍ଗଲ ହୁଗୁଳି ଜିଲ୍ଲା ର ଏକ ପରିବାର ଚାରି ଜଣ ଗାଡି ନଂWB18AH0526 ନାଲି ରଙ୍ଗର କାର ରେ ପୁରୀ କୁ ଯାତ୍ରା କରୁଥିବା ବେଳେ ଛତିଆ ଦଳେଇ ସାହି ଛକ ରାଜପଥ ଉପରେ ଏକ ଟ୍ରକ୍ ଛିଡ଼ାହୋଇ ଥିବାବେଳେ ନାଲି କାର ଟି ଟ୍ରକ୍ ପଛପଟେ ଧକ୍କା ଦେଇଥିଲା। ଫଳରେ କାର ଟି ସମ୍ପୂର୍ଣ ଭାଙ୍ଗି ଥିବାବେଳେ ଘଟଣା ସ୍ଥଳରେ ବୈରୀ ଥାନା ପୋଲିସ ପହଞ୍ଚି ଆହାତ ବେକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡ଼ିକାଲ କୁ ପଠେଇ ଥିଲେ। ପରେ ସୁଚନା ଥାଉ କି ଚାରି ଜଣ ରୁ ତିନିଜଣ ମୃତୁ ହୋଇଥିବା ଜଣା ପଡ଼ୁଛି । ବାରମ୍ୱାର ଦୁର୍ଘଟଣା ହେଉଥିଲେ ମଧ୍ୟ ଗ୍ରାହକମାନେ ଛତିଆ ଭଟିଆ ଛକ ଦେଇ କଟକ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥରେ ଗ୍ରାହକ ମାନେ ମନ ଇଛା ରାଜପଥ ଉପରେ ଗାଡ଼ି ରଖି ଜଳଖିଆ ଦୋକାନରେ ଜଳଖିଆ କାକରା ଖାଇବା ରେ ବେସ୍ତ। ଯାହା ଫଳରେ କି କୌଣସି ମୁହୁର୍ତ ରେ ଦୁର୍ଘଟଣା ଘଟିପାରେ।
ଏହା ମଧ୍ଯ ଗୋଟେ ବର୍ଷ ପୁର୍ବରୁ ବେଆଇନ୍ ପାର୍କିଂ ନେଇ ବହୁବାର ଦୁର୍ଘଟଣା ରେ ମୃତୁ ହୋଇଥିବା ନଜର ଆସିଛି ଯାହାକି ତିନି ଜଣ ମୁଣ୍ଡ ନେଇଛି।ଏବଂ ଏହି ଦୁର୍ଘଟଣା ଘଟିବା ପରେ କିଛି ମାସହେବ ଛକ ର ଉଭୟ ପାର୍ଶ୍ଵ ଦୋକାନ ଗୁଡିକ ବନ୍ଦ୍ ମଧ୍ୟ ହୋଇଥିଲା। ଏନେଇ ଜଳଖିଆ ଦୋକାନୀ ମାନେ କମିଟି ଓ ପ୍ରଶାସନ ଆଲୋଚନା ପରେ ଜାତୀୟ ରାଜପଥରୁ ୩୦ଫୁଟ୍ ଛାଡ଼ି ଦୋକାନ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା। ଏବଂ ଯାହାକି କିଛି ଦୋକାନି ମାନେ ଦୋକାନ ଭାଙ୍ଗି କିଛି ମାତ୍ରରେ ପଛକୁ ମଧ୍ୟ ଘୁଞ୍ଚାଇ ଦୋକାନ ମଧ୍ୟ ଖୋଲିଥିଲେ। ଆଉ କିଛି ଦୋକାନିଙ୍କ ର ପଛପଟୁ ଯାଗା ନଥିବାରୁ ୩୦ଫୁଟ୍ ପଛକୁ ନ ଘୁଞ୍ଚାଇ ଦୋକାନ ମଧ୍ୟ ଖୋଲିଥିଲେ। ଏହା ପରେ ତହସିଲ ପ୍ରଶାସନ ଜାଣିପାରି ତୁରନ୍ତ ସେମାନଙ୍କୁ ଲିଖିତ ସୁଚନା ଦେଇ ଦୋକାନ ମଧ୍ୟ ଭାଙ୍ଗି ଉଛେଦ କରାଯାଇଥିଲା। ଏବଂ ଭଟିଆ ଛକର ଚଣ୍ଡିଖୋଲ, ବାଲେଶ୍ଵର ଅଭିମୁଖେ ଯାଉଥିବା ରାଜପଥ ପାର୍ଶ୍ଵରେ ମଧ୍ଯ ସେହି ସମାନ ସ୍ଥିତି ।ଦେଖିବାକୁ ଗଲେ ଜାତୀୟ ରାଜପଥ ଉପରେ ସମସ୍ତ ଗାଡି ରଖି ଦୋକାନ ମାନେ ମନ ଇଛା ବେପାର କରିବାରେ ଲାଗିପଡିଛନ୍ତି। ଯାହା ଫଳରେ କି କୌଣସି ମୁହୁର୍ତ ରେ ଦୁର୍ଘଟଣା ଘଟିବା ଭଳି ଆଶଙ୍କା ରହୁଛି। ଏବଂ ଦୋକାନୀ ମାନେ ଶାସକ କୁଜିନେତା ଇଙ୍ଗିତ ରେ ଖାଲି ନାମକୁ ମାତ୍ର ଦେଖଣିଆ ସେକ୍ୟୁରିଟି ରଖି ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଭୁଆଁ ବୁଲାଉଛନ୍ତି। ଯେତେ ବେଳେ ସରକାର ଗାଡି ଚଳାଚଳ ବାଧାପ୍ରାପ୍ତ କୁନେଇ ସମସ୍ତ ଟୋଲ ଗେଟ୍ ଉଠାଯିବା ନେଇ ସୂଚନା ପ୍ରକାଶ ପାଉଥିବା ବେଳେ ଏଠି କିନ୍ତୁ ବେଆଇନ ପାର୍କିଂ କୁ ନେଇ ପରିବହନ ବିଭାଗ ଓ ଏନ୍.ଏଚ୍.ଇ କତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନନେବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବଡଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ