ଦଳ ଆଗରେ ୪୦୦ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଥିବା ବେଳେ ଇଂଲଣ୍ଡର ଏହି ପ୍ରସିଦ୍ଧ ବ୍ୟାଟରମାନେ ଯେମିତି ଦକ୍ଷିଣ ଆଫ୍ରିକାର ବୋଲିରଙ୍କ ଆଗରେ ମୁଣ୍ଡ ନୁଆଇଁ ଦେଇଥିଲେ। ଏହି ୫ ଖେଳାଳି ମିଶି ମାତ୍ର ୩୮ ରନ୍ କରିଥିଲେ। ଫଳରେ ୨୨୯ ରନ୍ରେ ଦକ୍ଷିଣ ଆଫ୍ରିକାଠାରୁ ଦଳ ପରାସ୍ତ ହୋଇଛି।
ଗୋଟିଏ ସମୟରେ ଲାଗୁଥିଲା ପୂରା ଟିମ୍ ୧୦୦ ରନ୍ ପୂର୍ବରୁ ଆଉଟ୍ ହୋଇଯିବ। ୧୦୦ ରନ୍ ହେଲା ବେଳକୁ ଦଳ ୮ଟି ୱିକେଟ୍ ହରାଇ ଦେଇଥିଲା।
ଜନ୍ନି ବେୟାରଷ୍ଟ ପ୍ରଥମେ ଆଉଟ୍ ହୋଇଥିଲେ। ୨.୩ ଓଭରରେ ଲୁଙ୍ଗି ଏନ୍ଗିଡ଼ି ବଲ୍ରେ ରସିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବେୟାରଷ୍ଟୋ। ସେ ୧୨ଟି ବଲ୍ରୁ ୧୦ ରନ୍ କରିଥିଲେ।
ଇଂଲଣ୍ଡ ପକ୍ଷରୁ ଗେରାଲ୍ଡ କୋଏଜୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଲୁଙ୍ଗି ଏନ୍ଗିଡ଼ି ୨, ମାର୍କୋ ୟାନସେନ ୨, ରାବଡ଼ା ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୭ ୱିକେଟ ହରାଇ ୩୯୯ ରନ୍ କରିଥିଲା। ଦଳ ପକ୍ଷରୁ ହେନ୍ରିଚ୍ କ୍ଲାସେନ ସର୍ବାଧିକ ୧୦୯ ରନ୍ କରିଥିଲେ।
ଏଯାବତ୍ ଖେଳିଥିବା ୪ଟି ମ୍ୟାଚ୍ରୁ ଏହା ଇଂଲଣ୍ଡର ତୃତୀୟ ପରାଜୟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଏହା ହେଉଛି ତୃତୀୟ ବିଜୟ। ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୩ ନମ୍ବରରେ ରହିଥିବା ବେଳେ ଇଂଲଣ୍ଡ ୯ ନମ୍ବରକୁ ଖସିଛି।