ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଆୟୁ ୧୨୫ ବର୍ଷ ବୋଲି ବର୍ଣ୍ଣିତ ରହିଛି । କିନ୍ତୁ ଜ୍ୟୋତିଷ ମାନଙ୍କ ମତରେ ତାଙ୍କ ଆୟୁ ୧୧୦ ବର୍ଷ ବୋଲି କୁହାଯାଉଛି । ଜ୍ୟୋତିଷ ମାନଙ୍କ ମତରେ ମାର୍ଗଶୀର ଶୁକ୍ଲ ୧୪ରେ ମହାଭାରତ ଯୁଦ୍ଧର ଆରମ୍ଭ ହୋଇଥିଲା । ଯାହା ଦୀର୍ଘ ୧୮ ଦିନ ଧରି ଚାଲିଥିଲା । ଭଗବାନ ଶ୍ରୀକୃଷ୍ଣଙ୍କ ନିଧନ ହେବାର ୩୬ ବର୍ଷ ପରେ କଳିଯୁଗର ଆରମ୍ଭ ହୋଇଥିଲା । ଇତିହାସ ଅନୁଯାୟୀ ମହାଭାରତ ଯୁଦ୍ଧ ୨୨ ନଭେମ୍ବର ଖ୍ରୀଷ୍ଟପୂର୍ବ ୩୦୬୭ରେ ହୋଇଥିଲା । ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବୟସ ୫୫ ବା ୫୬ ଥିଲା । ମହାଭାରତ ଯୁଦ୍ଧର ୩୬ ବର୍ଷ ପରେ ସେ ଦେହତ୍ୟାଗ କରିଥିଲେ । ଏହାର ଅର୍ଥ ହେଉଛି ୧୧୯ ବର୍ଷରେ ଆୟୁରେ ସେ ଦେହ ତ୍ୟାଗ କରିଥିଲେ । ଆର୍ଯ୍ୟଭଟଙ୍କ ଅନୁସାରେ ମହାଭାରତ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୩୦୩୭ରେ ହୋଇଥିଲା । ଏହି ଯୁଦ୍ଧ ସମୟରେ ଅର୍ଜୁନ ୫୫ , ଭଗବାନ ଶ୍ରୀକୃଷ୍ଣ ୮୩ ଏବଂ ପିତାମହ ଭୀଷ୍ମଙ୍କ ବୟସ ପାଖାପାଖି ଦେଢଶହ ବର୍ଷ ହୋଇଥିଲା । ଏହି ମହାନ ଯୋଦ୍ଧାମାନଙ୍କର ବୟସ ଅନୁଯାୟୀ ଅନ୍ୟ ଯୋଦ୍ଧାମାନଙ୍କ ବୟସ ଅନୁମାନ କରାଯାଇ ପାରିବ । ଯେମିତିକି ଅର୍ଜୁନଙ୍କ ଠାରୁ ଯୁଦ୍ଧିଷ୍ଠିର ଏବଂ ଦୁର୍ଯ୍ୟୋଧନ ପାଖାପାଖି ଦୁଇ ବର୍ଷ ବଡ ଥିଲେ ।