ନୂଆଦିଲ୍ଲୀ: କଂଗ୍ରେସ ୱାର୍କି କମିଟି ବୈଠକ ବସିବ। କୋଭିଡ୍ ପାଇଁ ଏହି ବୈଠକ ଭର୍ଚୁଆଲ ମୋଡରେ ବସିବ ବୋଲି ସୂଚନା ରହିଛି । ଏହି ବୈଠକରେ କୋଭିଡ୍ ମହାମାରୀ, ଅର୍ଣ୍ଣବ ଗୋସ୍ୱାମୀ ଚାଟଲିକ୍, କୃଷି ଆଇନ୍ ପ୍ରସଙ୍ଗରେ ଆଲୋଚନା ହେବ। ଦଳୀୟ ନେତାଙ୍କ ସୂଚନା ଅନୁଯାୟୀ ଏହି ବୈଡକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ। ଜାନୁଆରୀ ୨୬ରେ କେନ୍ଦ୍ର ସରକାର କୃଷି ଆଇନକୁ ବିରୋଧ କରି ଚାଷୀ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି। ତେଣୁ ବିରୋଧୀ କଂଗ୍ରେସ ମଧ୍ୟ ଏନେଇ ନିଜର ଆଭିମୁଖ୍ୟ ମଧ୍ୟ ଏହି ବୈଠକରୁ ବାହାର କରିବେ। ମଙ୍ଗଳବାର ୱାଏନାଡ୍ ସାଂସଦ ରାହୁଲଗାନ୍ଧୀ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରିଥିଲେ। ଏହି ଆଇନ୍ ଚାଷୀଙ୍କ ହିତରେ ନୁହେଁ ବୋଲି ସେ କହିଥିଲେ ।