() ଟେଲିଭିଜନ୍ ଦୁନିଆର ଅନ୍ୟତମ ଲୋକପ୍ରିୟ ଶୋ ବିଗ୍ବସ୍ । ଏହି ଶୋର ଉପସ୍ଥାପନା କରୁଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ । ବିଗ୍ବସ୍ ୧୭ରେ “ପବିତ୍ରରିସ୍ତା’ଧାରାବାହିକ ଫେମର ଜଣାଶୁଣା ଆକ୍ଟର ଅଙ୍କିତା ଲୋଖଣ୍ଡେ ଭାଗ ନେଇଛନ୍ତି । ଏବେ ବିଗ୍ବସ୍ରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କଣ ସତରେ ଅଙ୍କତା ଛାଡି ଦେବେ କି ବିଗ୍ବସ୍ । ଏବେ ଏହି ଚର୍ଚ୍ଚା ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ବିବ୍ରତ କରିଦେଇଛି । ତେବେ ଅଙ୍କିତା ଶୋ ଛାଡିବା କଥା କେତେ ସତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ଏପରି କଥା ସୋସିଆଲ ମିଡିଆରେ ଭାଇରାଲ ହେବାର କାରଣ କଣ । ଆସନ୍ତୁ ଜାଣିବା । ସ୍ୱାମୀ ଭିକି ଜୈନ୍ଙ୍କ ସହ ସେ ଶୋ ରେ ଏଂଟ୍ରି କରିଛନ୍ତି । କିନ୍ତୁ ଏବେ ଚର୍ଚ୍ଚାର ବିଷୟ ସ୍ୱାମୀ ଭିକିଙ୍କ ବ୍ୟବହାରରେ ବ୍ୟସ୍ତ ହୋଇ ସେ ଶୋ ଛାଡିବାକୁ ଚାହୁଁଛନ୍ତି । ନିକଟରେ ଶୋର ନୂଆ ପ୍ରୋମୋ ରିଲିଜ୍ ହୋଇଛି । ଏଥିରେ ଅଙ୍କିତା ଓ ଭିକିଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖିବାକୁ ମିଳିଛି । ଅଙ୍କିତାଙ୍କ କହିବା ଅନୁଯାୟୀ ଶୋରେ ଭିକି ଅନ୍ୟ ସଦସ୍ୟଙ୍କ ସହ ଅଧିକ ସମୟ ବିତାଉଛନ୍ତି ଓ ନିଜ ଗେମ୍ ଖେଳୁଛନ୍ତି ।
ଏହି ଶୋରେ ଭିକି ଅଙ୍କତାଙ୍କ ପ୍ରତି ଧ୍ୟାନ ଦେଉନଥିବାରୁ ଅଙ୍କିତା ଶୋ ଛାଡିବାକୁ ଭାବୁଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ହଲଚଲ ମଚାଇ ଦେଇଛି । ଅଙ୍କିତା କହିଛନ୍ତି, ବିଗ୍ବସ୍ରୁ ଅଫର ଆସିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ କହିଥିଲେ ଏହି ଶୋରେ ସାଥି ହୋଇ ରହିବା । କିନ୍ତୁ ଏବେ ତାହା ହେଉନାହିଁ । ଯାହାଫଳରେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରେ ଲାଗିଛି । ଅଙ୍କିତାଙ୍କ ଏପରି ଅଭିଯୋଗ ପରେ ଭିକି ତାଙ୍କୁ କ୍ଷମା ମାଗିଥିଲେ । ସେପଟେ ଶୋ ସହ ଜଡିତ ଲୋକଙ୍କ କହିବା ଅନୁସାରେ, ଭିକି ବିଗ୍ବସ୍ ଶୋରେ ଅଙ୍କିତାଙ୍କ ସ୍ୱାମୀ ରୂପେ ନୁହେଁ, ବରଂ ଜଣେ ଷ୍ଟ୍ରଙ୍ଗ ପ୍ରତିଯୋଗୀ ଭାବେ ରହିବାକୁ ଚାହାନ୍ତି । ସେଥିପାଇଁ ସେ ଖେଳରେ ଅଧିକ ଧ୍ୟାନ ଦେଉଛନ୍ତି ର୍ପସନାଲ ଲାଇଫରେ ନୁହେଁ । ଯାହାକୁ ନେଇ ଅଙ୍କିତାଙ୍କର ସମସ୍ୟା ହେଉଛି । ସ୍ୂଚନା ଅନୁସାରେ, ଅଙ୍କିତା ବିଗ୍ବସ୍-୧୭ର ସର୍ବାଧିକ ପାରିଶ୍ରମିକ ନେଉଥିବା ପ୍ରତିଯୋଗୀ । ସେ ସପ୍ତାହକୁ ୧୨ଲକ୍ଷ ଟଙ୍କା ନେଉଛନ୍ତି । ତାଙ୍କ ପଛକୁ ଅଛନ୍ତି ମୁନାୱର ଫାରୁକୀ । ସେ ସପ୍ତାହକୁ ୭-୮ ଲକ୍ଷ ଟଙ୍କା ଚାର୍ଜ କରଛନ୍ତି ।