ସୁପରଷ୍ଟାର ରଜନୀକାନ୍ତଙ୍କର ନୂଆ ଫିଲ୍ମ ‘ଥାଲାଇଭର ୧୭୦’ରେ ଏଟ୍ରିଂ କରିଛନ୍ତି ମିଲେନିୟ ସୁପର ଷ୍ଟାର ଅମିତାଭ ବଚ୍ଚନ । ଦୀର୍ଘ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ଏକାଠି ଦେଖିବାକୁ ମିଳିବ । ଦୁହେଁ ଏକାଠି ହମ୍, ଅନ୍ଧା କାନୁନ, ଗିରଫତାର ଭଳି ଚଳଚିତ୍ରରେ ନଜର ଆସିଛନ୍ତି । ଶେଷଥର ପାଇଁ ୧୯୯୧ରେ ଦୁହେଁ ‘ହମ୍’ ଫିଲ୍ମରେ ଅଭିନୟ କରିଥିଲେ । ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସଙ୍କର ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ତାମିଲ ଫିଲ୍ମରେ ଏହା ଅମିତାଭଙ୍କର ଡେଭୁ୍ୟ ହେବାକୁ ଯାଉଛି । ଲାଇକା ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ତଥା ‘ଜୟ ଭୀମ’ ଫେମ୍ ଟିଜେ ଜ୍ଞାନଭେଲଙ୍କ ନଦେ୍ର୍ଦଶିତ ଏହି ଫିଲ୍ମରେ ଫହାଦ ଫାଜିଲ, ବାହୁବଲୀ ଫେମ୍ ରାଣା ଡଗୁବତୀ, ମଞ୍ଜୁ ୱାରିଅର , ଦୁଶାରା ବିଜୟନ ଓ ରିଙ୍କୁ ସିଂ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି । ଏହି ଖବର ଫିଲ୍ମର ପ୍ରଡକ୍ସନ ହାଉସର ଅଫିସିଆଲ ସୋସିଆଲ ମିଡିଆ ଆକାଉଟଂରୁ ଦିଆଯାଇଛି ।
ଆଉ ଲେଖାଯାଇଛି ଭାରତୀୟ ସିନେମାର ଶେହେନଶାହାଙ୍କୁ ସ୍ୱାଗତ । ରଜନୀକାନ୍ତ ତାଙ୍କ ଫିଲ୍ମ ଜେଲରର ରିଲିଜ ପରେ ଏବେ ଫିଲ୍ମ ଲାଲ ସଲାମରେ ଶୁଟିଂ କରୁଛନ୍ତି । ଏହାପରେ ସେ ‘ଥାଲାଇଭର ୧୭୦’ ର ଶୁଟିଂ ଆରମ୍ଭ କରିବେ । ଏହା ରଜନୀକାନ୍ତଙ୍କ କ୍ୟାରିୟରର ୧୭୦ ତମ ଚଳଚିତ୍ର ହେବ । ତେଣୁ ଏହାର ନାମ ଅସ୍ଥାୟୀ ଭାବେ ‘ଆଲାଇଭର ୧୭୦’ ରଖାଯାଇଛି । ଏହି ଚଳଚିତ୍ରରେ ଟଲିଉଡର ଭେଟେରାନ ଆକ୍ଟର ସୂରୟା ଙ୍କ ୧୫ ମିନିଟର ଏକ କ୍ୟାମିଓ ରୋଲ ମଧ୍ୟ ଦେଖିବାକୁ ମିଳିବ । ସୂରୟାଙ୍କ କ୍ୟାମିଓ ରୋଲ ଖବର ପାଇବା ପରେ ଦର୍ଶକମାନେ ଉସôାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ତଆପି ସୂରୟା ଙ୍କ ଭୂମିକାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ରଜନୀକାନ୍ତ ଏହି ଫିଲ୍ମରେ ନ୍ୟାୟ ପାଇଁ ଲଢୁଥିବା ଜଣେ ବ୍ୟକ୍ତି ଚରିତ୍ରରେ ନଜର ଆସିବେ । ଏହା ସତ୍ୟା ଉପରେ ଆଧାରିତ ଏକ ଘଟଣା ବୋଲି କୁହାଯାଉଛି । ଏଥିସହିତ ଅନିରୁଦ୍ଧ ରବିଚନ୍ଦର ଫିଲ୍ମରେ ସଙ୍ଗୀତ ଦେଇଛନ୍ତି । ଏହି ଫିଲ୍ମଟି ୨୦୨୪ ମୁକ୍ତି ଲାଭ କରିବ ବୋଲି ଶୁଣାଯାଉଛି ।