ଇସ୍ରାଏଲ-ହମାସ୍ ଯୁଦ୍ଧକୁ ବିତିଗଲାଣି ୧୧ଦିନ । ଏହି ଭୟଙ୍କର ଯୁଦ୍ଧରେ କେତେ ଯେ ଜୀବନ ଗଲାଣି ତାହାର ଠିକଣା ନାହିଁ । ଏବେ ପର୍ଯ୍ୟନ୍ତ ମୋଟ୍ ମୃତୁ୍ୟ ସଂଖ୍ୟା ୪ହଜାର ପାର ହୋଇଗଲାଣି । ସ୍ଥିତି ଧୀରେ ଧୀରେ ବେଶୀ ଜଟିଳ ହେବାରେ ଲାଗିରହିଛି ।ତ୍ତଉତ୍ତର ଗାଜାରେ ବଡ ଧରଣର ଆକ୍ରମଣ ପାଇଁ ଇସ୍ରାଏଲର ସ୍ଥଳସେନା ପ୍ରସ୍ତୁତ ହୋଇଛି । ଯୁଦ୍ଧ ବ୍ୟାପକ ହେଉଥବା ବେଳେ ଗାଜାରେ ମାନବ ସଙ୍କଟ ବଢିବାରେ ଲାଗିଛି । ଇସ୍ରାଏଲର ତାଗିଦ୍ ପରେ ଉତ୍ତର ଗାଜାରୁ ୧୦ ଲକ୍ଷ ଲୋକ ଘର ଛାଡିଛନ୍ତି ।
ଏମାନେ ଦକ୍ଷିଣ ଗାଜାରେ ଥିବା ଖାନ୍ ୟୁନିସ୍ ସହର ମୁହାଁ ହୋଇଛନ୍ତି । ହେଲେ ଖାଦ୍ୟ ଓ ପାଣି ବିନା ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ଜାଫା କ୍ରସିଙ୍ଗ ସୀମାରେ ହଜାର ହଜାର ଲୋକ ଅଟକ ରହିଛନ୍ତି । ଗାଜାକୁ ଲାଗିଥିବା ଏହି ଏକମାତ୍ର ସୀମା ରାସ୍ତା ବନ୍ଦ ଥିବାରୁ ଖାଦ୍ୟ ଓ ଅନ୍ୟ ରିଲିଫ୍ ସାମଗ୍ରୀ ପହଞ୍ଚି ପାରୁନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ପାଣି, ବିଜୁଳି ଓ ଇନ୍ଧନ ଶେଷ ହୋଇଯିବ । ଯାହା ଦ୍ୱାରା ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ । ଗାଜାରେ ଏପରି ଦୟନୀୟ ସ୍ଥିତିକୁ ଦେଖି ଜାତିସଂଘ ଓ ଅନ୍ୟ କେତେକ ରାଷ୍ଟ୍ର ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛନ୍ତି । ହେଲେ ଇସ୍ରାଏଲ କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛି ।