ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ଏହି ୫ ଗଡ଼ରେ କେଉଁ ଦଳ କେତେ ନଂ ରଖୁଛି ତାହା ଏବେ ଫୋକସରେ। ଆଉ ଏହାରି ମଧ୍ୟରେ ପ୍ରକାଶ ପାଇଲାଣି ଓପିନିଅନ୍ ପୋଲ୍ ବା ମତାମତ ସର୍ଭେ।
ABP-CVoter ନିଜ ଗଡ଼ ବଜାୟ ରଖିବା ସହ ଅନ୍ୟ ଆସନରେ ବି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଇଛି। ଜନମତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ କଂଗ୍ରେସ ବିଧାନସଭା ନିର୍ବାଚନରେ ବିଜେପି ଶାସନାଧୀନ ମଧ୍ୟ ପ୍ରଦେଶ ଗଡ଼ ଅକ୍ତିଆର କରିପାରେ। ସେହିପରି ଛତିଶଗଡ଼ରେ ବିଜୟୀ ହେବା ସହ ତେଲେଙ୍ଗାନାରେ ଆଗରେ ରହିପାରେ।
କିନ୍ତୁ କଂଗ୍ରେସ ସରକାର ଥିବା ରାଜସ୍ଥାନ ଗଡ଼ ହାତରୁ ଖସିଯିବାର ସମ୍ଭାବନା ଅଧିକ। ବିଜେପି ରାଜସ୍ଥାନରେ କ୍ଲିନ୍ ସ୍ୱିପ୍ କରିନେବ ବୋଲି ଏବିପି-ସିଭୋଟର୍ ଆକଳନ କରିଛି। କଂଗ୍ରେସ ଏହି ଜାତୀୟ ସ୍ତରର ସେମିଫାଇନାଲ୍ ଯୁଦ୍ଧରେ ବିଜେପିକୁ ମଧ୍ୟପ୍ରଦେଶରୁ ଗାଦିଚ୍ୟୁତ କରିବ। ୨୩୦ ଆସନ ବିଶିଷ୍ଟ ଏହି ବିଧାନସଭା ଆସନରେ କଂଗ୍ରେସ ପାଇବ ୧୧୯ ସିଟ୍। ୨୦୧୮ରେ ଦଳ ଏଠାରେ ପାଇଥିଲା ୧୧୪ ଆସନ। ଆସନ୍ତା ନିର୍ବାଚନରେ କଂଗ୍ରେସ ଏଠାରୁ ଆଉ ପାଞ୍ଚ ସିଟ୍ ପାଇ ନିଜ ଅଧୀନକୁ ନେଇଯିବ। ବିଜେପିକୁ ଏଥର ୧୧୦ ଆସନ ମିଳିବ ବୋଲି ଓପିନିଅନ୍ ପୋଲ୍ ମତାମତ ପ୍ରକାଶ କରିଛି।