ଇସ୍ରାଏଲ୍-ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ . ଋଷର ବିବୃତ୍ତି ସାମ୍ନାକୁ ଆସିଛି। ଋଷ, ଇସ୍ରାଏଲ-ହାମାସ ଯୁଦ୍ଧରେ ଆମେରିକାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି। ଏହା ସହିତ ଗାଜା ଏବଂ ଇସ୍ରାଏଲରେ ଘଟିଥିବା ହିଂସାକୁ ଋଷ ନିନ୍ଦା କରିଛି। ତେବେ ଋଷ ସିଧାସଳଖ ହାମାସ କିମ୍ବା ଇସ୍ରାଏଲକୁ ଦାୟୀ କରି ନାହିଁ। ଇସ୍ରାଏଲ୍-ପାଲେଷ୍ଟାଇନରେ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଉଚିତ, କାରଣ ହିଂସା ଜାରି ରହିବା ଦ୍ୱାରା ସଂଘର୍ଷ ବଢିପାରେ | ସେହିପରି ଇସ୍ରାଏଲକୁ ଆମେରିକାର ସମର୍ଥନକୁ ନିନ୍ଦା କରି ଋଷ ପକ୍ଷରୁ କୁହାଯାଇଛି ଯେ ଏଭଳି ସମର୍ଥନ ଘୋଷଣା ବିନାଶକାରୀ ହେବ |
ମଧ୍ୟସ୍ଥତା ନାମରେ ଆମେରିକା ସମାଧାନ ପାଇଁ ପ୍ରୟାସକୁ ଜଟିଳ କରୁଛି’। ଅନ୍ୟପଟେ ଶାନ୍ତି ଫେରାଇ ଆଣିବାକୁ ଚୀନ୍ ଉଭୟ ପକ୍ଷକୁ ନିବେଦନ କରିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି, “ଇସ୍ରାଏଲ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ। ଉଭୟ ପକ୍ଷର ମୃତ୍ୟୁକୁ ନେଇ ଆମେ ଗଭୀର ଦୁଃଖିତ।