ବସ୍ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ । ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି ।ଆସନ୍ତାକାଲିଠୁ ରାଜ୍ୟରେ ବସ୍ ଧର୍ମଘଟ ନେଇ ଡାକରା ଦେଇଥିବା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଥିଲା । ହେଲେ ଆଜି ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ ଶେଷ ହୋଇଥିଲା । ବୈଠକ ପରେ ଘରୋଇ ବସ ସଂଘ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଆଉ ଏହାର କିଛି ସମୟ ପରେ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ ।