ବର୍ଷାଙ୍କ ପାଇଁ ଭାବ ପ୍ରବଣ ହେଲେ ଅଭିନେତା ତଥା ସଂସଦ ଅନୁଭବ ମହାନ୍ତି । ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅଭିନେତା ଅନୁଭବ ମହାନ୍ତିଙ୍କ ପୋଷ୍ଟ । ସୋସିଆଲ ମିଡିଆରେ ସେ ପନôୀ ବର୍ଷାଙ୍କ ପାଇଁ ଲେଖିଛନ୍ତି ବନ୍ଧୁତାର ସନେ୍ଦଶ । ବର୍ଷାଙ୍କ ବିବାହ ପରେ ବିଦାୟୀ ବେଳର ଫଟୋ ପୋଷ୍ଟ କରିଛନ୍ତି ଅନୁଭବ । ଯେଉଁଥିରେ ଅନୁଭବ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତ ସେ ତାଙ୍କୁ ବହୁତ ଭଲ ପାଆନ୍ତି ।
ଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି , ବିବାହ ବିଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଦାର୍ଘ ଦିନ ହେବ ପାରିବାରିକ ବିବାଦ ଲାଗି ରଗିଛି । ଏହି ବିବାଦ ଭିତରେ ସୋସିଆଲ୍ ମିଡିଆରେ ଅନୁଭବ ମହାନ୍ତିଙ୍କ ଏଭଲି ଭାବପ୍ରବଣ ପୋଷ୍ଟ ସମସ୍ତଙ୍କୁ ଚକିତ କରିବା ସହିତ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି ।