କଟକରେ ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ। ଏକ ଘରୋଇ କଲେଜରୁ ୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଲେଜ ହଷ୍ଟେଲରେ କଣ୍ଟାକ୍ଟ ଟ୍ରେସିଂ ଜାରି କରାଯାଇଛି। ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ କ୍ବାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ୍ ହଷ୍ଟେଲ୍ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସମ୍ପର୍ଣ୍ଣ ବିରୋଧ କରାଯିବ। ଖବର ଅନୁଯାୟୀ, କଟକରେ ଥିବା ଏକ ଘରୋଇ କଲେଜରେ କିଛି ଦିନ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ଏବେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂରେ ୨୫ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ।ତେବେ ପରୀକ୍ଷା ହୋଇଥିବା ନମୁନାରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ଏବେ ଚିନ୍ତା ବଢାଇଦେଇଛି ।