ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପିଟାପିଟି । ଜଣେ ପିଜି ଛାତ୍ର ଆହତ , ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ । ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିଛି।
ପୁଲିସର ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ଏହି ଘଟଣା ଘଟିଛି। କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ PG ଛାତ୍ରଙ୍କୁ ମାଡ଼ ମାରିଥିଲ । ଘଟଣା ଜଣାପଡିବା ପରେ ଅନ୍ୟ କିଛି PG ଡାକ୍ତରୀ ଛାତ୍ର ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ପିଟାପିଟି ହୋଇଥିଲା। ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।