କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱ ପାଇଁ ଚ୍ୟାଲେଞ୍ଜ । ଯଦିଓ ଉହାନ କରୋନା ଭାଇରସ୍ ପାଇଁ ଟିକା ଆସିଯାଇଛି । ହେଲେ ଏବେ କରୋନାର ନୂଆ ଷ୍ଟ୍ରେନ୍ ୬୦ଟି ଦେଶକୁ ବ୍ୟାପିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସୂଚନା ଦେଇଛି । ଉହାନରୁ ବ୍ୟାପିଥିବା ଏହି ଭାଇରସ୍ ଏଯାବତ୍ ୨୧୦ରୁ ଅଧିକ ଦେଶକୁ ବ୍ୟାପିଛି । ୧୦୦ ମିଲିୟନରୁ ଅଧିକ ଲୋକ ଏହି ମହାମାରୀରେ ପ୍ରଭାବିତ ହୋଇଥିବା ଖବର ସରବରାହ ସଂସ୍ଥା ଏଏଫପି ରିପୋର୍ଟ କରିଛି । ବିଶ୍ୱ ସ୍ୱାସ୍ଥ୍ୟସଂଗଠନ କହିଛି ଯେ କରୋନା ନୂଆ ଷ୍ଟ୍ରେନ୍ ପ୍ରଥମେ ୟୁକେରୁ ବ୍ୟାପିଛି । ସପ୍ତାହକ ମଧ୍ୟରେ ଏହି ଭାଇରସ୍ ୧୦ରୁ ଅଧିକ ଦେଶକୁ ବ୍ୟାପିଛି । ଏହା ୟୁକେର କରୋନା ଷ୍ଟ୍ରେନ୍ ଭଳି ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ କହିଛି ।ଦକ୍ଷିଣ ଆଫ୍ରିକାରେ ବ୍ୟାପିଥିବା ଏହି କରୋନା ଷ୍ଟ୍ରେନ୍ ୨୩ଟି ଦେଶକୁ ବ୍ୟାପିଛି ।