ଘର ପଛ ପଟେ ବୁଲୁଛି କୁମ୍ଭୀର । ଲୋକେ ଆତଙ୍କିତ । କେତେବେଳେ କାହାକୁ ଟାଣିନେଇ ଶିକାର କରିବ ତାହା ବି କହିବା ମୁସ୍କିଲ । କିଛି ଦିନ ହେବ କୁମ୍ଭୀର ମଣିଷ ଙ୍କ ଛକା ପଞ୍ଝା ଲୁଚକାଳି ରେ କେତେବେଳେ ମନିଷ ଜୀବନ ଯାଉଛି ତ ଆଉ କେତେବେଳେ ଲୋକେ କୁମ୍ଭୀର ଧରି କାବୁ କରୁଛନ୍ତି । ତେବେ କିଛି ଦିନ ଭିତରେ ପ୍ରଥମେ ପେଣ୍ଠ ରାସ୍ତା ରେ କୁମ୍ଭୀର ବୁଲିବା ଓ ପରେ ଏକ ପୋଖରୀ ରୁ କୁମ୍ଭୀର କୁ ଜାଲ ସାହାଯ୍ୟ ରେ ଧରିବା ଲୋକ ଙ୍କ ମନ ଭିତରୁ ନଲିଭୁଣୁ ଗତକାଲି ବିଳମ୍ବିତ ରାତିରେ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁ ରୁ ଆଉ ଏକ ବିରାଟ ବଉଳା କୁମ୍ଭୀର ଉଦ୍ଧାର
କାଙ୍ଗାଳି ପାତ୍ରଙ୍କ ଘର ପଛପଟରୁ କୁମ୍ଭୀର କୁ ଦେଖି ଭୟଭୀତ ହୋଇଛନ୍ତି ଓପରେ ବନବିଭାଗ ଖବର ଦେବା ପରେ କୁମ୍ଭୀର ଟିକୁ ଉଦ୍ଧାର କରି ବାଉଁଶଗଡ ନଦୀରେ ଛଡାଯାଇଥିବା ନେଇ ବନବିଭାଗ ର ସୂଚନା। ସପ୍ତାହ ତଳେ ପେଣ୍ଠ ଖଣ୍ଡାମରା ରୁ ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ ନଦୀ କୂଳିଆ ଲୋକମାନଙ୍କ ମଧ୍ୟରେ ପ୍ରବଳ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଗତକାଲି ଯଦୁଚନ୍ଦ୍ରପୁର ଗାଁର ମହେଶ୍ୱର ବେହେରାଙ୍କ ଘର ପଛପଟେ ଥିବା ବାଡ଼ିରେ ବଉଳା କୁମ୍ଭୀର ଶୋଇଥିଲା। ପରିବାର ଲୋକେ କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ। ରାଜନଗର ବନ ବିଭାଗର ୪ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୌଶଳ କ୍ରମେ କୁମ୍ଭୀରଟିକୁ କାବୁ କରିଥିଲେ। ପରେ ତାକୁ ଭିତରକନିକା ବଂlଶଗଡା ନଦୀରେ ଛାଡି ଦେଇଥିଲେ। ଗାଁ ଭିତରୁ କୁମ୍ଭୀରଟି ଉଦ୍ଧାର ହେବା ପରେ ଗ୍ରମାବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।