୧୯ତମ ଏସିଆନ ଗେମ୍ସରେ ଭାରତ ତା’ର ସ୍ଥିର ପ୍ରଦର୍ଶନ ଜାରି ରଖିଛି। ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ ୩୩ଟି ପଦକ ଜିତି ସାରିଲେଣି। ଏହା ମଧ୍ୟରେ ୮ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି। ଶୁଟିଂରୁ ଦେଶକୁ ୫ ଗୋଲ୍ଡ ମେଡାଲ ମିଳିଛି। ଏହାବାଦ ମହିଳା କ୍ରିକେଟ ଓ ଅଶ୍ୱଚାଳନାର ଡ୍ରେସେଜ ଇଭେଣ୍ଟରେ ଦେଶକୁ ସ୍ୱର୍ଣ୍ଣିମ ସଫଳତା ହାସଲ ହୋଇଛି। ୬ଷ୍ଠ ଦିନରେ ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛି। ଶୁଟିଂରୁ ଦୁଇଟି ଯାକ ସ୍ୱର୍ଣ୍ଣ ମିଳିଥିବା ବେଳେ ଟେନିସ ଓ ଶୁଟିଂରୁ ୪ଟି ରୌପ ପଦକ ମିଳିଛି। ଶଟପୁଟ ଓ ମହିଳା ସ୍କ୍ୱାସ ଟିମ ଇଭେଣ୍ଟରେ ଦେଶ ବ୍ରୋଞ୍ଜ ପଦକ ହାତେଇଛି।
ଅନ୍ୟପକ୍ଷରେ ଚାଇନା ପ୍ରଥମ ଦେଶ ଭାବେ ଚଳିତ ବର୍ଷ ଏସିଆ ଗେମ୍ସରେ ୧୦୦ରୁ ଅଧିକ ସ୍ୱର୍ଣ୍ଣ ଜିତିବାର ରେକର୍ଡ କରିଛି। ବର୍ତ୍ତମାନ ପଦକ ଜିତିବା ତାଲିକାର ୧ନଂ ସ୍ଥାନରେ ଥିବା ଆୟୋଜକ ଚାଇନା ସବୁ କ୍ରୀଡ଼ାରେ ନିଜରର ଦବବଦା ଦେଖାଇ ଚାଲଛି। ଏସିଆ କ୍ରୀଡ଼ାର ପ୍ରଥମ ୬ ଦିନରେ ଚାଇନା ୨୦୦ଟି ପଦକ ଜିତି ସାରିଲାଣି। ଏହା ମଧ୍ୟରେ ୧୦୫ ସ୍ୱର୍ଣ୍ଣ, ୬୩ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ପଦକ ରହିଛି।
ତାଲିକାର ଦ୍ୱିତୀୟ ସ୍ଥାନରେ ଜାପାନ ରହିଛି। ଜାପାନ ୨୭ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ସହ ଏଯାଏ ୯୯ଟି ପଦକ ହାତେଇଛି। ଦକ୍ଷିଣ କୋରିଆ ୨୬ଟି ସ୍ୱର୍ଣ୍ଣ, ୨୮ଟି ରୌପ୍ୟ ଓ ୪୮ଟି ବ୍ରୋଞ୍ଜ ସହ ମୋଟ ୧୦୨ଟି ପଦକ ଜିତି ତୃତୀୟ ସ୍ଥାନରେ ଅଛି।