କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ । ପ୍ରଥମେ ପୁଅ ଜନ୍ମ ହୋଇଛି କହି ପରେ ଝିଅ ଦେଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ। ଏନେଇ ପ୍ରାଣକୃଷ୍ଣ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ଛୁଆର DNAଟେଷ୍ଟ ପାଇଁ ଦାବି କରିଛନ୍ତି। ଛୁଆର DNA ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ଛୁଆକୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି। ମୁଁ ଛୁଆର ଫଟୋ ଉଠାଇଲା ବେଳେ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା। ମୁଁ ନର୍ସଙ୍କୁ ଏହି ବିଷୟରେ ପଚାରିଥିଲି। ମୋର ପୁଅ ହୋଇଥିଲା, ଝିଅ କ’ଣ ଦେଲେ ବୋଲି ପ୍ରଶ୍ନ କରିଥିଲି। ହେଲେ ସେ କିଛି ନ କହି ପଳାଇ ଯାଇଥିଲେ। କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଛି। ଅନ୍ୟ ଜଣଙ୍କର ପୁଅ ହୋଇଛି। ନର୍ସରେ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ।