କେନ୍ଦ୍ରାପଡ଼ା; ଜିଲ୍ଲାରେ ଚାଲିଛି ଠିକାଦାର ରାଜ l ନାଁ ନଜର ଦେଉଛନ୍ତି ମନ୍ତ୍ରୀ ନାଁ ନଜର ଦେଉଛନ୍ତି ଯନ୍ତ୍ରୀ l ସବୁ ଜାଣିବି ଜିଲ୍ଲାପାଳ ଚୁପ l
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଫକୀରବାଦ ଠାରୁ କଂସାରୀପାଟଣା କୁ ସଂଯୋକ କରୁଥିବା ରାସ୍ତାର ଫକୀରବାଦ 19ନମ୍ବର ଡ୍ରେନେଜ ବ୍ରlହ୍ମଣୀ ତୁଠ ଠାରେ RD ବିଭାଗ ଦ୍ୱାରା ବିଜୁ ସେତୁ କରାଯାଇଥିଲା l କିନ୍ତୁ ଉଦଘାଟନ ପୂର୍ବରୁ ଏହା ଧୋଇଯାଇଥିବାର ଦେଖିବାକୁ ମିଳିଛି l ଯାହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି l ଜିଲ୍ଲାରେ କିଭଳି ଚାଲିଛି ଭିଭାଗୀୟ ଅଧିକାରୀ ଓ ଠିକାଦାରୀ ମଧୁଚନ୍ଦ୍ରିକା ତାହା ଏଠି ଜଳ ଜଳ ଦେଖାଯାଉଛି l ସବୁଠୁ ବଡ଼ କଥା ହେଲା ସେତୁ ଉଦଘାଟନ ହେବାକୁ ବସିଥିଲା କିନ୍ତୁ ଏ ପର୍ଯ୍ୟନ୍ତ ନାଁ ଲାଗିଛି ଫଳକ ନାଁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ l ତେବେ ଥରେ ଶୁଣି ନିଅନ୍ତୁ କଣ କହୁଛନ୍ତି ସ୍ଥାନୀୟ ଲୋକେ l
ଖାଲି ସେତିକି ନୁହେଁ ଏହି ରାସ୍ତା କେନ୍ଦ୍ରାପଡ଼ା କୁ ସଂଯୋଗ କରୁଥିବାରୁ ଏହି ରାସ୍ତାକୁ ପାଖାପାଖି 5ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି l ଏହି ରାସ୍ତା ଦେଇ ପ୍ରତେକ ଦିନ ହଜାର ହଜାର ଲୋକେ ଯାତାୟାତ କରନ୍ତି l ରାସ୍ତାର ଅବସ୍ଥା ଯଦି ଏମିତି ପୋଲର ଅବସ୍ଥା ନେଇ ଲୋକେ ପ୍ରଶ୍ନ କେଲେଣି କେତେବେଳେ ଯେ ପୋଲ ଭାସିଯିବ ତାହା କହି ହେବନି l ଏବଂ ଯଦି କେତେବେଳେ କାହାର କିଛି ଅଘଟଣ ଘଟେ ସେଥିପାଇଁ ଦାୟିରହିବ କିଏ l କାହିଁକି ଏତେ ଖମାଖିଆଲି ମନଭାବ RD ବିଭାଗର? ଏହି ଘଟଣା କୁ ଦେଖୁଛନ୍ତି ତ ଜିଲ୍ଲାପାଳ? ବା ଦେଖୁଛନ୍ତି ତ ବିଧାୟିକା ସାବିତ୍ରୀ ଅଗ୍ରୱାଲ? କୁଆଡେ ଗଲା 5t ମୋ ସରକାର l କୁଆଡେ ଗଲେ ପାଟକୁରା କୁ ନିଜେ ଦେଖିବେବୋଲି ପ୍ରତିଶୃତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ? l ଲୋକଙ୍କ ଟିକସରେ ହୋଇଥିବା ନିନ୍ମମାନର ସେତୁ ପ୍ରତି କାହିଁକି ହେବନି ଠିକାଦାରଙ୍କ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ l ସେପଟେ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ବେଳେ ପତିକ୍ରିୟା ମାଇଳିପାରିନାହିଁ l
ତେବେ ଖବର ପ୍ରସାରଣ ପରେ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏଭଳି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପ୍ରତି କଣ ହେଉଛି କାର୍ଯ୍ୟାନୁଷ୍ଠାନ ଓ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାର ବାକି l
କେନ୍ଦ୍ରାପଡ଼ା ରୁ ଦୈତାରୀ ଜେନା ଙ୍କ ରିପୋର୍ଟ…NNS ଓଡ଼ିଆ l